Report Card Odisha

| Daily Odia News

ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟର ସମନ ଜାରି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟର ସମନ ଜାରି ହୋଇଛି । କରୋନା ବ୍ୟାପିବା ସମୟରେ ବାବା ରାମଦେବ ଏଲୋପାଥୀ ଚିକତ୍ସା ବିରୁଦ୍ଧରେ ଭୁଲ କଥା କହି ଲୋକଙ୍କୁ ଭ୍ରମିତ କରିଥିବାରୁ ,ତାଙ୍କ ନାଁ ରେ ଭାରତୀୟ ମେଡିକାଲ ଆସୋସିଏସନ ଏବଂ ଅନ୍ୟ ଡାକ୍ତର ସଂଘ ଦ୍ୱାରା ଆଗତ ମାମଲାକୁ ଭିତ୍ତି କରି ଦିଲ୍ଲୀ ହାଇକୋର୍ଟ ବାବା ରାମଦେବଙ୍କୁ ସମାନ ହୋଇଛି | ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ରାମଦେବଙ୍କୁ ନୋଟିସ୍ ହୋଇଥିବା ସୂଚନା ମିଳିଛି । କରୋନା ଉତ୍କଟ ରୂପ ଧାରଣ କରି ଯେତେବେଳେ ହଜାର ହଜାର ଲୋକ ମୃତ୍ୟୁ ବରଣ କରୁଥିଲେ ସେତେବେଳେ ରାମଦେବ କହୁଥିଲେ ଯେ ଲୋକ ଅକ୍ସିଜେନ ଯୋଗୁଁ ନୁହେଁ ଏଲୋପାଥୀ ଯୋଗୁଁ ପ୍ରାଣ ହରାଉଛନ୍ତି।ଏବଂ ସେ କହିଥିଲେ ଡ୍ରଗ୍ସ କେଣ୍ଟୋଲ ଅନୁମୋଦିତ ରେମିଡିସିଭର ଓ ଫେବିଡିସିଭର ସମ୍ପୁର୍ଣ୍ଣ ବିଫଳ ହୋଇଛି । ଯାହାକୁ ନେଇ ତାଙ୍କ ନାଁ ରେ ଡାକ୍ତରୀ ସଂଘ ମାମଲା ରୁଜୁ କରିଥିଲେ।

Breaking News