ରିପୋର୍ଟ କାର୍ଡ / ଭୁବନେଶ୍ଵର
ସବୁ କଳ୍ପନା ଜଳ୍ପନାର ଅନ୍ତଘଟିଛି ପ୍ରଦୀପ ମାଝି ନଭେମ୍ବର ୬ ତାରିଖରେ ବିଜେଡିରେ ଆନୁଷ୍ଠାନିକଭାବେ ଯୋଗଦେବେ | ସେ ଅକ୍ଟୋବର ୨୨ରେ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏହି ମିଶ୍ରଣ ପର୍ବ ନିଜ ନିର୍ବାଚନ ମଣ୍ଡଳୀ ନବରଙ୍ଗପୁରରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେବେ। ଏଥିସହିତ ବିଜେଡିର ସ୍ଥାନୀୟ ବିଧାୟକ, ଏମ୍ପି ଓ ଦଳୀୟ ନେତାଙ୍କ ଉପସ୍ଥିତିରେ ପ୍ରଦୀପ ନିଜର ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେବେ ବୋଲି କହିଛନ୍ତି। ଉଲେଖ ଯୋଗ୍ୟ – ପ୍ରଦୀପ ଅକ୍ଟୋବର ୨୨ରେ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ। ଗତ କିଛି ବର୍ଷ ହେବ ରାଜ୍ୟରେ କଂଗ୍ରେସର ସ୍ଥିତି ସେତେଟା ଭଲ ନାହିଁ। ନିଜର ଭବିଷ୍ୟତ ପାଇଁ ପ୍ରଦୀପ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ହେଉଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..