ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ଦୁଇବର୍ଷ କରୋନା ପାଇଁ ଶିକ୍ଷା ପ୍ରଭାବିତ ହୋଇଛି | ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅନେକ ରାଜ୍ୟରେ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହେବାରେ ଲାଗିଛି । ଦିଲ୍ଲୀ ସରକାର ସ୍କୁଲ ଓ କଲେଜ ଖୋଲିଛନ୍ତି । ଆଜିଠାରୁ ପୁଣିଥରେ ସମସ୍ତ ସ୍କୁଲ, କଲେଜ ଖୋଲିଛି । ୫୦% ଛାତ୍ରଛାତ୍ରୀଙ୍କୁ ନେଇ ସବୁ ଶ୍ରେଣୀର ପାଠପଢ଼ା ଆରମ୍ଭ ହୋଇଛି । ତେବେ ଆଜିଠାରୁ ସବୁ ସ୍କୁଲ ଓ କଲେଜ ଖୋଲିବାକୁ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ଦିଲ୍ଲୀର ଡିଡିଏମଏ । ଗାଇଡଲାଇନ୍ ମୁତାବକ, ଅଫଲାଇନ୍ କ୍ଲାସ ସମେତ ଅନଲାଇନ୍ କ୍ଲାସ ବି ଚାଲିବ । ସ୍କୁଲ ଖୋଲିବା ପରେ ପିଲାଙ୍କୁ କ୍ଲାସରୁମ ପଠାଇବାକୁ ପାଇଁ କୌଣସି ଅଭିଭାବକଙ୍କୁ ବାଧ୍ୟ କରାଯିବ ନାହିଁ । ଶିକ୍ଷକଙ୍କ ଟିକାକରଣ ଅତ୍ୟନ୍ତ ଆବଶ୍ୟକ । ପ୍ରାୟ ୯୮% ଶିକ୍ଷକ-ଶିକ୍ଷୟିତ୍ରୀ ଟିକାର ଗୋଟିଏ ଡୋଜ୍ ନେଇଥିବା ଜରୁରୀ ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……