ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲଶ୍କର-ଏ-ତୋଇବା ବାରଣାସୀ, ଲକ୍ଷ୍ନୌ ସମେତ ୟୁପି ର ୪୬ଟି ରେଳ ଷ୍ଟେସନକୁ ଉଡ଼ାଇ ଦେବାକୁ ଆତଙ୍କୀ ସଂଗଠନ ଧମକ ଦେଇଛି । ଶନିବାର ବିଳମ୍ବିତ ରାତିରେ ଗୁଇନ୍ଦା ସୂଚନା ମିଳିବ ପରେ ଏହାକୁ ନେଇ ଚିନ୍ତା ବଢ଼ିଛି । ତେବେ ସୂଚନା ମିଳିବା ପରେ ପିଡିଡିୟୁ ଜଙ୍କସନ, ବାରଣାସୀ କ୍ୟାଣ୍ଟ ଜଙ୍କସନ ସହ ଅନ୍ୟ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି । ଗୁଇନ୍ଦା ସୂଚନା ପାଇବା ପରେ ପିଡିଡିୟୁ ଷ୍ଟେସନରେ ତୁରନ୍ତ ଜିଆରପି, ଆରପିଏଫ ଏବଂ ଡଗ ସ୍କ୍ୱାଡ ସୁରକ୍ଷା ଯାଞ୍ଚ କରିଥିଲେ । ଏହା ସହ ଜଙ୍କସନରୁ ଯାଉଥିବା ଅନେକ ଟ୍ରେନ ତଥା ଯାତ୍ରୀଙ୍କ ଆସବାବପତ୍ରକୁ ଯାଞ୍ଚ କରାଯାଇଥିଲା । ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ସ୍ଥିତି ଉପରେ ଗୁରୁତ୍ୱର ସହ ନଜର ରଖାଯାଇଥିବା ନେଇ କହିଛନ୍ତ ଜିଆରପି ପୋଲିସ ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….