Report Card Odisha

| Daily Odia News

ଆଜିଠୁ କାମକରିବ ନାହିଁ ହ୍ବାଟ୍ସଆପ୍‌……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ ଆଜିଠୁ କେତେକ ‌ପୁରୁଣା ସ୍ମାର୍ଟଫୋନ୍‌ରେ କାମ କରିବ ନାହିଁ । ଏବିଷୟରେ କମ୍ପାନୀ ପୂର୍ବରୁ ସୂଚନା ଦେଇଥିଲା । ଆଣ୍ଡ୍ରଏଡ୍‌ ୪.୦.୪ କିମ୍ବା ତା’ଠାରୁ ପୁରୁଣା ଅପରେଟିଂ ସିଷ୍ଟମ୍ ଥିବା ଫୋନ୍‌ରେ ହ୍ବାଟସ୍‌ଆପ୍ ସମ୍ପୂର୍ଣ୍ଣ ଅଚଳ ହୋଇଯିବ । ତେଣୁ ସାମସଙ୍ଗ୍ ଗାଲାକ୍ସି ଏସ୍‌୩, ଗାଲାକ୍ସି ଏସ୍‌୩ ମିନି, ଅପ୍ଟିମସ୍ ଏଲ୍‌୫ ଡୁଆଲ୍‌, ଅପ୍ଟିମସ୍‌ ଏଲ୍‌୪ ୨ ଡୁଆଲ୍‌, ଅପ୍ଟିମସ୍‌ ଏଫ୍‌୭ ଓ ଅପ୍ଟିମସ୍‌ ଏଫ୍‌୫ରେ ହ୍ବାଟସ୍‌ଆପ୍ କାମ କରିବ ନାହିଁ । ସାମସଙ୍ଗ୍‌, ଏଲ୍‌ଜି, ଜେଡ୍‌ଟିଇ, ହୁୱେଇ, ସୋନି ଓ ଆଲ୍‌କାଟେଲ୍‌ ଭଳି ସଂସ୍ଥାର ପୁରୁଣା ଫୋନ୍‌ରେ ହ୍ବାଟସ୍‌ଆପ୍ ଅଚଳ ହୋଇଯିବ। ହ୍ବାଟସ୍‌ଆପ୍ କାମ କରିବା ଲାଗି ଆଇଫୋନ୍‌ରେ ଅତିକମ୍‌ରେ ଆଇଓଏସ୍‌ ୧୦ ରହିଥିବା ଦରକାର।ତେଣୁ ଆଜିଠୁ ଆଇଫୋନ୍‌ ୬ଏସ୍‌, ଆଇଫୋନ୍ ୬ଏସ୍‌ ପ୍ଲସ୍‌, ଆପଲ୍ ଆଇଫୋନ୍ ଏସ୍‌ଇରେ ହ୍ବାଟସ୍‌ଆପ୍ କାମ କରିବନି। କାଇଓଏସ୍‌ ୨.୫.୦ ଅପରେଟିଂ ସିଷ୍ଟମ୍‌ରେ ଚାଲୁଥିବା ଫୋନ୍‌କୁ ହ୍ବାଟସ୍‌ଆପ୍ ଏହାର ସମର୍ଥନ ଜାରି ରଖିବ । ତେଣୁ ଉଭୟ ଜିଓଫୋନ୍ ଓ ଜିଓଫୋନ୍‌ ୨‌ର ବ୍ୟବହାରକାରୀମାନେ ପୂର୍ବଭଳି ହ୍ବାଟସ୍‌ଆପ୍ ବ୍ୟବହାର ଜାରି ରଖିପାରିବେ | ସୁରକ୍ଷା ବ୍ୟବସ୍ଥା ଓ ସୁବିଧା ସୁଯୋଗରେ ଉନ୍ନତି ଆଣିବା ଲାଗି ମେଟାର ମାଲିକାନାରେ ଥିବା ସଂସ୍ଥା ହ୍ବାଟସ୍‌ଆପ୍ ନିୟମିତ ବ୍ୟବଧାନରେ ଅପ୍‌ଡେଟ୍‌ ଜାରି କରୁଛି । ସେହି ଅପ୍‌ଡେଟ୍‌ଗୁଡ଼ିକ କାମ କରିବା ଲାଗି ଫୋନ୍‌ରେ ଏକ ନିର୍ଦିଷ୍ଟ ମାନର ହାର୍ଡଓୟାର ରହିବା ଦରକାର । ଯେଉଁ ଫୋନ୍‌ଗୁଡ଼ିକରେ ସେହି ମାନର ଅପରେଟିଂ ସିଷ୍ଟମ୍ ଓ ହାର୍ଡଓୟାର ନଥିବ ସେଥିରେ ହ୍ବାଟସ୍‌ଆପ୍ କାମ କରିବ ନାହିଁ ।

Breaking News