Report Card Odisha

| Daily Odia News

ଗାଈଙ୍କୁ ଭାରତର ଜାତୀୟ ପ୍ରାଣୀ ଘୋଷଣା କର:ରାମଦେବ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୋମାତା’ଙ୍କୁ (ଗାଈ) ଭାରତର ଜାତୀୟ ପ୍ରାଣୀ ଭାବେ ଘୋଷଣା କରିବାକୁ ଯୋଗଗୁରୁ ବାବା ରାମଦେବ ଦାବି କରିଛନ୍ତି | ରବିବାର ଆନ୍ଧ୍ର ପ୍ରଦେଶର ତିରୁପତିସ୍ଥିତ ‘ମହତି ଅଡିଟରିୟମ୍‌’ରେ ‘ଟିଟିଡି’ଦ୍ୱାରା ଆୟୋଜିତ ଦୁଇଦିନିଆ ‘ଗୋ ମହା ସମ୍ମେଳନ’ର ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇ ବାବା ରାମଦେବ କହିଲେ ଯେ, ‘ଟିଟିଡି ଟ୍ରଷ୍ଟ୍‍ ବୋର୍ଡ’ର ପରାମର୍ଶ ଅନୁଯାୟୀ ଗାଈକୁ ଭାରତର ଜାତୀୟ ପ୍ରାଣୀ ଭାବେ ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତାବନା ଆଗତ କରିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି, ‘ଗୋ ସଂରକ୍ଷଣ ଅଭିଯାନ’ରେ ‘ପତଞ୍ଜଳି ପୀଠମ୍‌’ ସର୍ବଦା ଅଗ୍ରଣୀ ରହିଛି। ‘ଗୋ ମହା ସମ୍ମେଳନ’ର ପ୍ରସ୍ତାବନା ସବୁ ଗୋପ୍ରେମୀମାନଙ୍କ ମଧ୍ୟରେ ଗୁଞ୍ଜରିତ ହେବ। ‘ଟିଟିଡି ମୋ ମହା ସମ୍ମେଳନ କାର୍ଯ୍ୟକ୍ରମ’ ସମ୍ବନ୍ଧରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍‌ ଜଗନ ମୋହନ ରେଡ୍ଡୀ ତାଙ୍କୁ ସୂଚନା ଦେଇଥିଲେ ବୋଲି ସେ କହିଛନ୍ତି। ‘ହିନ୍ଦୁ ଧାର୍ମିକ ପ୍ରଚାର’ ପାଇଁ ସେ ‘ଟିଟିଡି’ର ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକର, ବିଶେଷକରି ‘ଟିଟିଡି’ର ଅଧ୍ୟକ୍ଷ ଓ୍ଵାଇଭି ସୁବ୍ଦା ରେଡ୍ଡୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

Breaking News