Report Card Odisha

| Daily Odia News

ମଙ୍ଗଳସୂତ୍ର ବିଜ୍ଞାପନକୁ ପ୍ରତ୍ୟାହାର କଲେ ସବ୍ୟସାଚି…….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଳଙ୍କାର ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀଙ୍କ ମଙ୍ଗଳସୂତ୍ରର ବିଜ୍ଞାପନକୁ ନେଇ ସାରା ଦେଶରେ ତୀବ୍ର ସମାଲୋଚନା ହେଉଛି। ସୋସିଆଲ ମିଡିଆରେ ଟ୍ରୋଲ୍ ହେବା ପରେ ସବ୍ୟସାଚି ତାଙ୍କର ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରି ନେଇଛନ୍ତି। ସେ ରବିବାର ଦିନ ନିଜର ବିଜ୍ଞାପନ ପ୍ରତ୍ୟାହାର କରି କହିଛନ୍ତି, ‘ବିଜ୍ଞାପନ ଦ୍ୱାରା ସମାଜର ଏକ ବର୍ଗକୁ ମିଳିଥିବା କଷ୍ଟ ପାଇଁ ମୁଁ ଦୁଃଖିତ।’ ସବ୍ୟସାଚୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ଐତିହ୍ୟ ଏବଂ ସଂସ୍କୃତି ଉପରେ ଜାରି ଆଲୋଚନା ପୃଷ୍ଠଭୂମିରେ ମଙ୍ଗଳସୁତ୍ର ଅଭିଯାନର ଉଦ୍ଦେଶ୍ୟ ସମାବେଶିତା ଏବଂ ସଶକ୍ତିକରଣ ବିଷୟରେ କହିବାର ଥିଲା। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ଉତ୍ସବ ପାଳନ କରିବା ଏବଂ ଆମେ ଗଭୀର ଦୁଃଖିତ ଯେ ଏହି କାରଣରୁ ଆମ ସମାଜର ଏକ ବର୍ଗ କ୍ଷତିଗ୍ରସ୍ତ ହୋଇଛି। ସେଥିପାଇଁ ଆମେ ଏହି ଅଭିଯାନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। “ ଏହି ବିଜ୍ଞାପନ ବିରୁଦ୍ଧରେ ସୋସିଆଲ ମିଡିଆରେ ଲୋକଙ୍କ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହା ବ୍ୟତୀତ ଭାରତୀୟ ଜନତା ଦଳର କିଛି ନେତା ମଧ୍ୟ ଏହାକୁ ଖୋଲାଖୋଲି ସମାଲୋଚନା କରିଥିଲେ। ଏହାପୂର୍ବରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସବ୍ୟସାଚୀଙ୍କୁ ମଙ୍ଗଳସୂତ୍ରର ‘ଆପତ୍ତିଜନକ ତଥା ଅଶ୍ଳୀଳ’ ବିଜ୍ଞାପନକୁ ହଟାଇବା ପାଇଁ ରବିବାର ଦିନ ୨୪ ଘଣ୍ଟା ‘ଅଲ୍ଟିମେଟମ୍’ ଦେଇ ଚେତାବନୀ ଦେଇଥିଲେ। ଯଦି ୨୪ ଘଣ୍ଟା ମଧ୍ୟରେ ଏହାକୁ ହଟାଇବେ ନାହିଁ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

 

Breaking News