ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାର୍ବଣରେ ବାଣ ଫୁଟାଇବା ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇ ପାରିବ ନାହିଁ, ଲୋକେ ସବୁଜ ବାଣ ଫୁଟାଇ ପାରିବେ କହିଲେ ସୁପ୍ରିମକୋର୍ଟ। ପୂର୍ବରୁ ପଶ୍ଚିମବଙ୍ଗରେ ବାଣ ଫୁଟାଇବା ଉପରେ ସଂପୂର୍ଣ୍ଣ କଟକଣା ଲଗାଇଥିବା କଲିକତା ହାଇକୋର୍ଟର ରାୟକୁ ସୁପ୍ରିମକୋର୍ଟ ଖାରଜ କରି ଏଭଳି ରାୟ ଶୁଣାଇଛନ୍ତି। ତେବେ ଏହାର ଅପବ୍ୟବହାର ରୋକିବା ପାଇଁ ଦୃଢ଼ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିଷିଦ୍ଧ ବାଣ ଏବଂ ଏସଂକ୍ରାନ୍ତ ସାମଗ୍ରୀ ରାଜ୍ୟ ମଧ୍ୟକୁ ଯେଭଳି ତାହା ଆସି ନପାରିବ ତାହାକୁ ଦେଖିବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି।ବାଣ ସଂକ୍ରାନ୍ତ ଅନ୍ୟ ମାମଲାର ପୂର୍ବ ରାୟ ଆଧାରରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟକୁ ଆସୁଥିବା ବାଣର ସମ୍ପୂର୍ଣ୍ଣ ପରୀକ୍ଷାକୁ ପଶ୍ଚିମ ବଙ୍ଗ ସରକାର ସୁନିଶ୍ଚିତ କରିବା ଦରକାର। ଗ୍ରିନ୍ ବା ସବୁଜ ବାଣ ପରୀକ୍ଷା କରିବା ପାଇଁ ବହୁ ଆଗରୁ ବିଧିବଦ୍ଧ ବ୍ୟବସ୍ଥା ରହିଛି। ତେଣୁ ବାଣକୁ ପରୀକ୍ଷା କରିବାରେ ଅସୁବିଧା ନାହିଁ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……