Report Card Odisha

| Daily Odia News

ଓଡ଼ିଆ ଆଇଏଫ୍‌ଏସ୍‌ ଅଫିସର ହେଲେ ସ୍ପେନ୍‌ରେ ଭାରତର ରାଷ୍ଟ୍ରଦୂତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଆ ଆଇଏଫ୍‌ଏସ୍‌ ଅଫିସର ଦିନେଶ କୁମାର ପଟ୍ଟନାୟକ ସ୍ପେନ୍‌ରେ ଭାରତର ରାଷ୍ଟ୍ରଦୂତ ନିଯୁକ୍ତି ହୋଇଛନ୍ତି । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ଦିନେଶ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ବା ଆଇସିସିଆରର ମହାନିର୍ଦ୍ଦେଶକ ଅଛନ୍ତି । ସେ ୧୯୯୦ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଫିସର । ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଥିବାରୁ ସେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ଦିନେଶ ଖୁବ୍‌ଶୀଘ୍ର ସ୍ପେନ୍‌ରେ ଏହି ଦାୟିତ୍ୱ ନେବେ । ପୂର୍ବରୁ ସେ ଜେନେଭା, ଢାକା, ବେଜିଂ ଓ ଭିଏତ୍‌ନାମାସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟ କରିଥିଲେ । ଏହାସହ ୟୁରୋପ, ଆଫ୍ରିକା ଓ ଜାତିସଂଘର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ସମ୍ଭାଳିଛନ୍ତି । ସେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ଭିଏତ୍‌ନାମାରେ ଡେପୁଟି ଆମ୍ବାସାଡର୍‌ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ କାମ୍ବୋଡିଆର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିସହିତ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ସେ ଲଣ୍ଡନରେ ଡେପୁଟି ହାଇ କମିଶନର ଭାବେ ନିଯୁକ୍ତି ପାଇଥିଲେ ।

Breaking News