Report Card Odisha

| Daily Odia News

ଦେଶର ବିଭିନ୍ନ ହାଇକୋର୍ଟ ପାଇଁ ବିଚାରପତି -ନ୍ୟାୟିକ ଅଧିକାରୀ ନିଯୁକ୍ତ କଲେ ରାଷ୍ଟ୍ରପତି…….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ସମ୍ବିଧାନରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ଭାରତର ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ସମେତ ଦେଶର କେତେକ ହାଇକୋର୍ଟ ପାଇଁ ୬ଜଣ ବିଚାରପତି ଓ ନ୍ୟାୟିକ ଅଧିକାରୀ ନିଯୁକ୍ତ କରିଛନ୍ତି | ପ୍ରାପ୍ତ ବିବରଣୀ ଅନୁସାରେ, ଆଡ୍‌ଭୋକେଟ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେହିପରି, ଜମ୍ମୁ ଓ କଶ୍ମୀର ଏବଂ କଶ୍ମୀର ଓ ଲଦାଖ ହାଇକୋର୍ଟର ନ୍ୟାୟିକ ଅଧିକାରୀ ଭାବେ ମୋହନ ଲାଲ୍‌ ଏବଂ ମହମ୍ମଦ ଅକ୍ରମ ଚୌଧୁରୀଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି। ଏହା ବ୍ୟତିରେକେ, କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ରାଷ୍ଟ୍ରପତି ଆଡ୍‌ଭୋକେଟ୍‌ ଅନନ୍ତ ରାମନାଥ ହେଗ୍‌ଡ଼େ, ଆଡ୍‌ଭୋକେଟ୍‌ ସିଦ୍ଦୟାହ୍‌ ରଚାୟାହ୍‌ ଏବଂ ଆଡ୍‌ଭୋକେଟ୍‌ କାନ୍ନନକୁଝିଲ୍‌ ଶ୍ରୀଧରଣ ହେମଲେଖାଙ୍କୁ ନିଯୁକ୍ତ କରିଛନ୍ତି।

Breaking News