ରିପୋର୍ଟ କାର୍ଡ / କଟକ
ଓଡିଶା ହାଇକୋର୍ଟରେ ନୂତନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଆଦିତ୍ୟ କୁମାର ମହାପାତ୍ର | କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ପୂର୍ବରୁ ଆଦିତ୍ୟଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ କଲେଜିୟମ। ଓଡିଶା ହାଇକୋର୍ଟ ବିଚାରପତି ଭାବେ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଖୁବଶୀଘ୍ର ଯୋଗ ଦେବେ ବୋଲି ଆଶା କରାଯାଉଛି। ସେ ଓଡ଼ିଶା ହାଇକୋର୍ଟରେ ବରିଷ୍ଠ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ । ନିକଟରେ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁ, ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ଓ ଜଷ୍ଟିସ ଶଶିକାନ୍ତ ମିଶ୍ର ହାଇକୋର୍ଟ ଜଜ୍ ଭାବେ ଶପଥ ଗ୍ରହଣ କରିଥିଲେ। ଏହି ନୂଆ ନିଯୁକ୍ତି ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୮ରେ ପହଞ୍ଚିଛି।






More Stories
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….
ଆଜିଠୁ ସୁଭଦ୍ରା ଆବେଦନ…..