ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘ ୨ ବର୍ଷହେବ କରୋନା ମାଡ଼ରେ ପ୍ରଭାବିତ ହୋଇଛି ଶିକ୍ଷା ବର୍ଷ | ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ରାଜ୍ୟରେ ଧିରେ ଧିରେ ସ୍କୁଲ ଖୋଲିବା ଆରମ୍ଭ ହୋଇଛି । ସ୍କୁଲ ଖୋଲିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଦୀପାବଳୀ ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ କହିବା ମୁତାବକ, ‘ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବ । ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ଉପରେ ବିଚାର କରୁଛୁ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଯାଏଁ ଶ୍ରେଣୀ ଖୋଲିବା ନେଇ ବିଚାର କରାଯିବ ।’ ତେବେ ନୂଆବର୍ଷ ବେଳକୁ ସବୁ କ୍ଲାସ ଖୋଲି ସାରିଥିବ ବୋଲି ଆଶା ରଖିଛି । ଡିସେମ୍ବର ସୁଦ୍ଧା ପୂରଣ ହେବ ସମସ୍ତ ଶିକ୍ଷକ ପଦବୀ । ପ୍ରାୟ ୧୬ ହଜାର ଶିକ୍ଷକ ପାଇବେ ନିଯୁକ୍ତି । ସମ୍ବଲପୁର ଗସ୍ତ ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସମୀର ଦାଶ ।






More Stories
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..
ଆସନ୍ତାକାଲି ସ୍କୁଲ୍ ଛୁଟି…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..