ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ ଓ କଶ୍ମୀରର ଶ୍ରୀନଗରରୁ ସାରଜା ମଧ୍ୟରେ ପୁନର୍ବାର ଆରମ୍ଭ ହୋଇଥିବା ବିମାନ ଚଳାଚଳ ନିମନ୍ତେ ତା’ର ଆକାଶ ପଥ କୁ ବ୍ୟବହାର କରାଇ ଦେବନାହିଁ ବୋଲି ପାକିସ୍ତାନ କହିଛି। ପାକିସ୍ତାନର ଏତାଦୃଶ ପଦକ୍ଷେପ ଜମ୍ମୁ ଓ କଶ୍ମୀର ବାସିନ୍ଦାଙ୍କୁ ସବୁଠୁ ଅଧିକ ପ୍ରଭାବିତ କରିବ ବୋଲି କୁହାଯାଉଛି। ପାକିସ୍ତାନର ଏ ଭଳି ନିଷ୍ପତ୍ତି ଯୋଗୁଁ ବିମାନ ସବୁ ଉଦୟପୁର, ଅହମଦାବାଦ ଏବଂ ଓମାନ ଦେଇ ଯାତ୍ରା କରିବ। ଫଳରେ ଶ୍ରୀନଗରରୁ ସାରଜା ଯାତ୍ରା ଘଣ୍ଟାଏ ଅଧିକ ଲାଗିବ ଏବଂ ଯାତ୍ରା ଖର୍ଚ୍ଚ ମଧ୍ୟ ଅଧିକ ହେବ। ଏଭଳି ପଦକ୍ଷେପକୁ ଅତି ଦୁଃଖଦାୟକ କହି ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର୍ ଅବଦ୍ଦୁଲ୍ଲା ଟୁଇଟ୍ କରିଛନ୍ତି, ୨୦୦୯-୨୦୧୦ରେ ଶ୍ରୀନଗର ଓ ଦୁବାଇ ମଧ୍ୟରେ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଚଳାଚଳ ବେଳେ ପାକିସ୍ତାନ ଯାହା କରିଥିଲା ଏବେ ତାହାହିଁ କଲା। ପାକିସ୍ତାନ ଆକାଶ ଦେଇ ବିମାନଯାତ୍ରା ପାଇଁ ଅନୁମତି ମିଳିଥିଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧୁରିବ ବିଚାରି ମୁଁ ପ୍ରଥମେ ଯିବି ବୋଲି ଆଶା କରିଥିଲି। କିନ୍ତୁ, ତାହା ହେବନାହିଁ।






More Stories
ଇରାନ ସହ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ…..
ସଂକଳ୍ପ ପତ୍ର ପ୍ରକାଶ କଲା ବିଜେପି…..
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..