ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୁରୀର ନାମ ପରିବର୍ତ୍ତନ ନେଇ ଦାବି ହୋଇଥିବା ସୂଚନା ମିଳିଛି । ‘ଶ୍ରୀଜଗନ୍ନାଥ ପୁରୀ’ କିମ୍ବା ‘ଶ୍ରୀଜଗନ୍ନାଥ ଧାମ ପୁରୀ’ କରାଯିବା ପାଇଁ କିଛି ସାମାଜିକ ଅନୁଷ୍ଠାନ ଦାବି କରିଛନ୍ତି। ମଙ୍ଗଳବାର ଏହି ଦାବି ନେଇ ପରିଚାଳନା କମିଟି ସଦସ୍ୟମାନେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉଠାଇଥିଲେ | ଏହି ଦାବିକୁ ଗଜପତି ମହାରାଜାଙ୍କ ସମେତ ମୁଖ୍ୟପ୍ରଶାସକ ଗ୍ରହଣ କରି ଆଇନ ଅନୁଯାୟୀ ଦାବି ଉପସ୍ଥାପନ କରାଯିବା ଉପରେ ଗୁରୁତ୍ୱ ଦେଇଥିବା ପରିଚାଳନା କମିଟି ସଦସ୍ୟ କହିଛନ୍ତି। ପୁରୀ ନାମ ପରିର୍ତ୍ତନ ଦାବିକୁ ସମସ୍ତେ ଗ୍ରହଣ କରିଛନ୍ତି ଏବଂ ଉଚ୍ଚସ୍ତରରେ ଆଲୋଚନା କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ‘ଶ୍ରୀଜଗନ୍ନାଥ ପୁରୀ’ ପାଇଁ କିଛି ସାମାଜିକ ଅନୁଷ୍ଠାନ ଦାବି କରିଥିବା ବେଳେ ‘ଶ୍ରୀଜଗନ୍ନାଥ ଧାମ ପୁରୀ’ ପାଇଁ ଶ୍ରୀଜଗନ୍ନାଥ ସେନା ଦାବି ଉଠାଇଛି। ଶ୍ରୀକ୍ଷେତ୍ର, ନୀଳାଚଳ କ୍ଷେତ୍ର, ଶ୍ରୀଜଗନ୍ନାଥ କ୍ଷେତ୍ର, ନୀଳାଦ୍ରି ବିହାରୀ କ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର ଭାବେ ପୁରୀ ଜଣାଶୁଣା।






More Stories
ସ୍ୱାସ୍ଥ୍ୟ ପରିସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ…..
ବାପାର ଜୀବନ ନେଲା ପୁଅ…..
ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା:ପ୍ରଭାବିତ ହେବ ଏ ସବୁ ଅଞ୍ଚଳ…..