ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଦମାସ୍ ଙ୍କୁ ସାବାଡ଼ କରିବା ପାଇଁ ଓଡ଼ିଶାରେ ଆସୁଛି ଗୁଣ୍ଡା ବିଲ୍ । ଅସାମାଜିକ କାର୍ଯ୍ୟ କରି ସମାଜକୁ କ୍ଷତିଗ୍ରସ୍ତ କରୁଥିବା ଲୋକଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଓଡ଼ିଶା ଗୁଣ୍ଡା ଓ ଅସାମାଜିକ କାର୍ଯ୍ୟକଳାପ ନିରୋଧ ବିଲ୍-୨୦୨୧ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ଗୁଣ୍ଡା, ଅସାମାଜିକ ବ୍ୟକ୍ତି ଏବଂ ସଂଗଠିତ ଅପରାଧୀଙ୍କ ବିରୋଧରେ ଏହି ବିଲ୍ ଆସିବ । ସେମାନଙ୍କୁ ଆଇନ ଜାଲରେ ଛନ୍ଦି ଦଣ୍ଡିତ କରିବାକୁ ଏଥିରେ ବ୍ୟବସ୍ଥା ରହିଛି । ପ୍ରଥମେ କ୍ୟାବିନେଟ ଓ ପରେ ବିଧାନସଭାକୁ ଆଣିବାକୁ ବିଲ୍ ପ୍ରସ୍ତୁତ ହେଉଛି । ଆଇନ ବିଭାଗର ତର୍ଜମା ପରେ କ୍ରାଇମବ୍ରାଞ୍ଚକୁ ଏ ସଂପର୍କିତ ଡ୍ରାଫ୍ଟ ବିଲ୍ ପଠାଯାଇଛି ।






More Stories
ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର କିରାଣୀ…..
୨ ପର୍ଯ୍ୟଟକ ମୃତ…..
ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ…..