ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିରୋଧୀଙ୍କ ବିରୋଧ ଶ୍ବେତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିବ ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମ୍ପୃକ୍ତି ନେଇ ବିଜେପି ଇସ୍ତାଫା ଦାବିକରି କଳାପତାକା ପଦର୍ଶନ କରି ବିରୋଧ କରିଥିଲା | କଡା ସୁରକ୍ଷା ବଳୟ ଭିତରେ ମୁଖ୍ୟମନ୍ତ୍ରୀ ଭବାନୀପାଟଣାର ଓୟୁଏଟି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରିବା ସହ ୮୫୯ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଜିଲ୍ଲାର ୪ ଲକ୍ଷ ୭ ହଜାର ୧୦୪ ପରିବାରକୁ BSKY ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି | ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଅବସରରେ କଳାହାଣ୍ଡିବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ୯୦୦ କୋଟିର ପ୍ରକଳ୍ପର ଉଦଘାଟନ କରି ମୁଁ ବହୁତ ଖୁସି । ଧାନ, ମାଛ ଓ କପା ଉତ୍ପାଦନରେ କଳାହାଣ୍ଡି ଆଗରେ ରହିଛି । କଳାହାଣ୍ଡିର ୬୮ ପ୍ରତିଶତ ଜମି ଜଳସେଚିତ ହୋଇଛି । କଳାହାଣ୍ଡି ଆଜି ଶିକ୍ଷା ହବ୍ ହୋଇପାରିଛି । କଳାହାଣ୍ଡିରେ ଖୁବଶୀଘ୍ର ମେଡିକାଲ କାମ ସରିବାକୁ ଯାଉଛି । ଏହାସହ କଳାହାଣ୍ଡି ଆଜି ବିଏସକେୱାଇରେ ସାମିଲ ହୋଇଛି। ଓଡ଼ିଶା ସ୍ୱାସ୍ଥ୍ୟ ଇତିହାସରେ ନୂଆ ଯୁଗ ଆରମ୍ଭ ହୋଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦେଶରେ ଏକ ମାଇଲଖୁଣ୍ଟ। ଏହି ଯୋଜନା ମାଧ୍ୟମରେ ଲୋକେ ସ୍ୱାସ୍ଥ୍ୟସେବା ପାଇପାରିବେ। କଳାହାଣ୍ଡି ଆଜି ସବୁ କ୍ଷେତ୍ରରେ ବେଶ୍ ସଫଳତାର ସହିତ ଆଗେଇ ଚାଲିଛି । ଗତ ଜୁନ୍ ମାସରେ କଳାହାଣ୍ଡି ଆସି ସେ ଇନ୍ଦ୍ରାବତୀ ଲିଫ୍ଟ କେନାଲ ପ୍ରକଳ୍ପ ଉଦ୍ଘାଟନ କରିଥିଲେ ବୋଲି ମନେ ପକାଇ କହିଲେ ଯେ ଆଜି ଜିଲ୍ଲାର ୬୮ ପ୍ରତିଶତ ଜମିରେ ଜଳସେଚନର ସୁବିଧା ମିଳୁଛି । କଳାହାଣ୍ଡିର ଚାଷୀ ଆଜି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି। ଜିଲ୍ଲାର ଧାନ ଉତ୍ପାଦନ ୭୪ ଲକ୍ଷ ଟନ୍ରେ ପହଞ୍ଚିବା ବେଳେ, ମାଛ ଉତ୍ପାଦନରେ ଜାତୀୟ ପୁରସ୍କାର ମଧ୍ୟ ପାଇପାରିଛି । କପା ଉତ୍ପାଦନରେ କଳାହାଣ୍ଡି ସାରା ରାଜ୍ୟରେ ପ୍ରଥମ ବୋଲି ପ୍ରକାଶ କରି କହିଥିଲେ ଯେ ଏବର୍ଷ କପା ପାଇଁ ବଜାରରେ ଭଲ ଦାମ ମିଳୁଥିବାରୁ ଚାଷୀର ରୋଜଗାର ବଢିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନବକିଶୋର ଦାସ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..