Report Card Odisha

| Daily Odia News

ଆଜିଠୁ ସ୍ପଟ୍‌ ନାମଲେଖା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଚଳିତ ମାସ ୩ ତାରିଖରେ ଶେଷ ହୋଇଛି । ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପରେ ରାଜ୍ୟରେ ମୋଟ ୧ ଲକ୍ଷ ୨୩ ହଜାର ୨୯୨ ଆସନ(ସିଟ୍‌) ଖାଲି ରହିଛି । ମଙ୍ଗଳବାର ଖାଲିଥିବା ଆସନ ପାଇଁ ତତ୍କାଳ(ସ୍ପଟ୍‌) ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ମାସ ୩ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ସରିଥିବାବେଳେ ୫ ତାରିଖ ସୁଦ୍ଧା ନାମ ଲେଖା ସମ୍ବନ୍ଧୀୟ ତଥ୍ୟ ଦାଖଲ କରିଥିଲେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ। ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଥିବା ସିଟ୍‌ ପାଇଁ ତତ୍‌କାଳ (ସ୍ପଟ୍‌) ନାମଲେଖା ଦୁଇ ଦିନ ଧରି ଅନୁଷ୍ଠିତ ହେବ । ୯ ଓ ୧୦ ତାରିଖରେ ଆଗ୍ରହୀ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିପାରିବେ। ୧୧ ତାରିଖରେ ନାମଲେଖା ପାଇଁ ଚୂଡ଼ାନ୍ତ ତାଲିକା‌ ପ୍ରକାଶ ପାଇବ । ୧୧ ଓ ୧୨ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ୧୩ ତାରିଖରେ ସବୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମ ଲେଖା ସମ୍ବନ୍ଧୀୟ ଚୂଡ଼ାନ୍ତ ତଥ୍ୟ ଦାଖଲ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୩୪ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟରେ କଳା, ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୧ଲକ୍ଷ ୨୩ ହଜାର ୨୯୨ ଆସନ(ସିଟ୍‌) ଖାଲି ରହିଛି। କଳା ପାଠ୍ୟକ୍ରମରେ ୩୧ ହଜାର ୯୫୩, ବିଜ୍ଞାନରେ ୬୨ ହଜାର ୪୨୯, ବାଣିଜ୍ୟରେ ୧୯ ହଜାର ୩୩୯, ସଂସ୍କୃତରେ ୪,୪୦୬ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୪ ହଜାର ୫୬୫ ଆସନ ଖାଲି ରହିଛି।

Breaking News