Report Card Odisha

| Daily Odia News

ରାଜ୍ୟରେ ୨୯୬ ନୂଆ କରୋନା ସଂକ୍ରମିତ,୩ ମୃତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଆକ୍ରାନ୍ତଂକର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୭୪ ଓ ସ୍ଥାନୀୟ ସଂକ୍ରମିତ ୧୨୨ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୮ ଜଣ ଥିବା ଜଣାଯାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୪୦୪୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ବାଲେଶ୍ୱରରେ ୪, ଭଦ୍ରକ ୪, ବଲାଙ୍ଗିର ୨, କଟକ ୨୩, ଦେବଗଡ ୫, ଢେଙ୍କାନାଳ ୧, ଗଜପତି ୧୦, ଜଗତସିଂହପୁର ୩ ଓ ଯାଜପୁରରେ ୧୪ ଜଣ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରେ ୧, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୧୫୨, କୋରାପୁଟ ୧, ମାଲକାନଗିରି ୪ ଓ ନବରଙ୍ଗପୁରରେ ଜଣେ ଚିହ୍ନଟ ହୋଇଛନ୍ତି । ସେହିଭଳି ନୟାଗଡ ୧, ରାୟଗଡା ୧, ସମ୍ବଲପୁର ୪, ସୁନ୍ଦରଗଡ ୨୩ ଓ ଷ୍ଟେଟପୁଲରୁ ୩୬ ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିପରି ୩ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ରହିଥିବା ବେଳେ ଅନୁଗୁଳ ଜିଲ୍ଲାରୁ ଜଣେ ରହିଛନ୍ତି । ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୬୪ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Breaking News