ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଆକାଶ ପାଠକଙ୍କୁ ଜେଲରେ ଜେରା କରିବ ଇଡି | ଟାଟାରେ ଚାକିରୀ କରାଇ ଦେବା ନାଁରେ ଠକେଇ ଅଭିଯୋଗ ମାମଲାର ତଦନ୍ତ ପୁଣି ଥରେ ହେବ । ଇଡିର ୩ ଜଣିଆ ଟିମ୍ ଆକାଶ ପାଠକଙ୍କୁ ଜେରା କରିବେ ବୋଲି ଜିଲ୍ଲା ଦୌରାଜଜଙ୍କଠାରୁ ଅନୁମତି ମିଳିଛି । ଉଲ୍ଲେଖ ଯୋଗ୍ୟ- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ପରେ ତାଙ୍କ ପୁଅ ଆକାଶ ପାଠକଙ୍କର ମଧ୍ୟ ଠକେଇ ମାମଲାରେ ଧରାପଡ଼ିଥିଲେ। ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାଁରେ ଠକେଇ ଅଭିଯୋଗରେ ଆକାଶଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିଲା । ଗତ ଜୁନ୍ ମାସରେ ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ପାଠକ ବାପ-ପୁଅଙ୍କ ସହ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଜେଲ୍କୁ ମୁକୁଳିସାରିଛନ୍ତି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….