Report Card Odisha

| Daily Odia News

OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

OCAC ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି। ସାଇବର ହ୍ୟାକର୍‌ ମନୋଜଙ୍କ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍‌ କରି ତାଙ୍କ ସାଙ୍ଗ ଓ ସମ୍ପର୍କୀୟଙ୍କୁ ମନୋଜଙ୍କ ନାଁ ନେଇ ଟଙ୍କା ମାଗିଥିବା ସୂଚନା ମିଳିଛି । ମନୋଜଙ୍କ କେତେକ ବନ୍ଧୁ ଓ ସମ୍ପର୍କୀୟ ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇରେ ଟଙ୍କା ଦେଇଥିବା ସୂଚନା ମିଳିଛି। ମନୋଜଙ୍କ ଜଣାଶୁଣା ୫ ଜଣ ଲୋକ ୭ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି। ଯେଉଁମାନେ ଟଙ୍କା ଦେଇଛନ୍ତି, ସେମାନେ ଏ ସମ୍ପର୍କରେ ଭୁବନେଶ୍ୱର ସହିଦ ନଗର ଥାନାରେ FIR ବୋଲି ମନୋଜ କହିଛନ୍ତି। ଘଟଣାକୁ ନେଇ ମନୋଜ ପଟ୍ଟନାୟକ କହିଛନ୍ତି, ଗତକାଲି ଏକ ଅଜଣା ନମ୍ବରରୁ ତାଙ୍କ ପାଖକୁ କଲ୍ ଆସିଥିଲା। ଆର ପଟୁ କେହି କିଛି ନ କହିବାରୁ ୩୦ ସେକେଣ୍ଡ ପରେ ସେ କଲ୍ କାଟି ଦେଇଥିଲେ। ଏହାର କିଛି ସମୟ ପରେ ଜଣେ ସାଙ୍ଗ ଫୋନ୍ କରି ପଚାରିଥିଲେ ଯେ, ମନୋଜଙ୍କ ସ୍ୱାସ୍ଥ୍ୟ କେମିତି ଅଛି। ଏହାସହ ଟଙ୍କା ମାଗିବାର ମେସେଜ୍ ଆସିଥିବା ସେ ମନୋଜଙ୍କୁ କହିଥିଲେ। ଏହାପରେ ହ୍ୱାଟ୍ସଆପ୍‌ ନମ୍ବର ହ୍ୟାକ୍‌ ହୋଇଥିବା ଜାଣିବାକୁ ପାଇଥିଲେ ବୋଲି ମନୋଜ ପଟ୍ଟନାୟକ କହିଛନ୍ତି।

 

Breaking News