Report Card Odisha

| Daily Odia News

ପ୍ରତାପ ସାମଲଙ୍କର ଓଲିଉଡ୍‌ ଲିଙ୍କ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗିରଫ ପୋଲିସ୍ ହାଇସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଅମାପ ସମ୍ପତ୍ତିର ମାଲିକ । ପ୍ରତାପଙ୍କ ସମ୍ପତ୍ତି, ଟଙ୍କା, ଜମି ଆଉ ବିଲ୍ଡିଂର ହିସାବ କରି ଥକି ଗଲେଣି ଭିଜିଲାନ୍ସ ଅଧିକାରୀ | ଏବେ ଆଉ କିଛି ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ମିଳିଛି । ଡେପୁଟି ମ୍ୟାନେଜର ସରକାରୀ ଅଧିକାରୀ ଓଲିଉଡ୍‌ରେ ଟଙ୍କା ଖଟାଇଛନ୍ତି | ଭିଜିଲାନ୍ସ ତଦନ୍ତ ବେଳେ ଏପରି ସାଂଘାତିକ ଗୁମର ପଦାକୁ ଆସିଛି। ଓଡ଼ିଆ ଫିଲ୍ମ ବାଜି, ନାରୀ ଆଖିରେ ନିଆଁ ପ୍ରଯୋଜିକା ଥିଲେ ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲ | ଏନେଇ ସୂଚନା ଦେଇଛି ଭିଜିଲାନ୍ସ । ସିନେମା ନିର୍ମାଣ ପାଇଁ ଚୁକ୍ତି ମଧ୍ୟ ହୋଇଥିଲା। ହେଲେ ତାପୂର୍ବରୁ ଭିଜିଲାନ୍ସ ଆଗରେ ଖୋଲି ଯାଇଛି ସମ୍ପତ୍ତିର ଗୁମର। ପ୍ରାୟ ୧୫ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠାବ ହେବା ପରେ ଗତକାଲି ପ୍ରତାପଙ୍କୁ ଗିରଫ କରିଛି ଭିଜିଲା | ପ୍ରାୟ ୧୫ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠାବ ହେବା ପରେ ଗତକାଲି ପ୍ରତାପଙ୍କୁ ଗିରଫ କରିଛି ଭିଜିଲାନ୍ସ |

Breaking News