ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନକୁ ବନ୍ଧୁକ ମୁନରେ ଦଖଲ କରି ଲୋକଙ୍କ ଉପରେ ଅତ୍ୟାଚାର କରୁଛି ତାଲିବାନ | ବର୍ତ୍ତମାନ ଆଫଗାନିସ୍ତାନରେ ଶାରିଆ ଆଇନ ପ୍ରବର୍ତ୍ତନ ସହିତ ସାମାଜିକ ସଂସ୍କାର ଉଦ୍ଦେଶ୍ୟରେ ରାଷ୍ଟ୍ରର ସର୍ବୋଚ୍ଚ ନେତା ହିବାତୁଲ୍ଲା ଅଖୁନଜାଦା ସାମରିକ ଅଦାଲତ ଗଠନ କରିଛନ୍ତି । ଏହାଦ୍ୱାରା ଦେଶରେ ଇସଲାମୀୟ ଆଇନକୁ କଡାକଡି ଭାବରେ ଲାଗୁ କରାଯାଇପାରିବ ବୋଲି ତାଲିବାନର ଉପ ମୁଖପାତ୍ର ଇନାମୁଲ୍ଲା ସମାଙ୍ଗାନି କହିଛନ୍ତି । ତାଲିବାନ ପ୍ରଶାସନ ସୂତ୍ର ଅନୁଯାୟୀ ଏହି ଅଦାଲତ ଶାରିଆ ଆଇନ ଅନୁଯାୟୀ ରାୟ ଶୁଣାଇବା, ଇସଲାମୀୟ ନାଗରିକ ଆଇନ ଆଧାରରେ ଡିକ୍ରୀ ଜାରି କରିବା ଏବଂ ତାଲିବାନ ଅଧିକାରୀ ଏବଂ ପୋଲିସ, ସେନା ଏବଂ ଗୁଇନ୍ଦା ଅଧିକାରୀଙ୍କ ବିରୁଦ୍ଧରେ ଆବେଦନ ଗ୍ରହଣ କରିବାର ଅଧିକାର ହାସଲ କରିଛି । ଓବାଇଦୁଲ୍ଲା ନେଜାମିଙ୍କୁ ଏହି ଅଦାଲତର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିବାବେଳେ ସୟଦ ଆଘାଜ ଏବଂ ଜାହିଦ ଅଖୁନଜାଦେ ଉପ ମୁଖ୍ୟ ରହିବେ । ତାଲିବାନ ନେତୃତ୍ୱାଧୀନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଇତିମଧ୍ୟରେ ଇସଲାମିକ ଷ୍ଟେଟ (ଆଇଏସ)ର ଅନ୍ୟୂନ୬୦୦ ଆତଙ୍କିଙ୍କୁ ଗତ ତିନିମାସ ମଧ୍ୟରେ ଗିରଫ କରାଯାଇଛି ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……