Report Card Odisha

| Daily Odia News

ଡିସେମ୍ବର ୩୧ ରେ ଅବସର ନେବେ ପୋଲିସ ମହା ନିର୍ଦ୍ଦେଶକ ଅଭୟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ଡିସେମ୍ବର ୩୧ ତାରିଖରେ ସେ ଅବସର ନେବେ। ରାଜ୍ୟ ସରକାର ପୋଲିସ ମହା ନିର୍ଦ୍ଦେଶକ ଅଭୟଙ୍କୁ ଅବସର ପାଇଁ ଅନୁମତି ପ୍ରଦାନ କରିଛନ୍ତି। ବୁଧବାର ଏହି ମର୍ମରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆବର୍ଷରୁ ରାଜ୍ୟର ନୂତନ ପୋଲିସ ମହା ନିର୍ଦେଶକ ଦାୟିତ୍ୱ ଗ୍ରହଣ କରିବେ। ପୋଲିସ ମହା ନିର୍ଦେଶକ ଭାବେ ୧୯୮୬ ବ୍ୟାଚର ଭାରତୀୟ ପୋଲିସ ସେବା ଅଧିକାରୀ ଅଭୟ ୨୦୧୯ ଡିସେମ୍ବର ମାସରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୧ ଜୁନ ମାସ ପର୍ଯ୍ୟନ୍ତ ଥିଲା। ରାଜ୍ୟ ସରକାର ଏହାକୁ ୬ ମାସ ବୃଦ୍ଧି କରିଥିଲେ। ଡିସେମ୍ବର ୩୧ରେ ଏହା ଶେଷ ହେଉଥିବାରୁ ସେହିଦିନ ସେ ଅବସର ଗ୍ରହଣ କରିବେ। ସୂଚନାଯୋଗ୍ୟ ଯେ ନୂଆ ପୋଲିସ ମହା ନିର୍ଦେଶକ କାହାକୁ କରାଯିବ ସେନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ସରକାର ଏକ ୧୪ଜଣିଆ ତାଲିକା କେନ୍ଦ୍ରକୁ ପଠାଇଛନ୍ତି। ତାଲିକାରେ ୧୯୮୬ ବ୍ୟାଚର ପ୍ରଦୀପ କାପୁର, ୧୯୮୭ ବ୍ୟାଚର ସୁନିଲ କୁମାର ବଂଶାଲ, ୧୯୮୮ ବ୍ୟାଚର ଏମ.କେ.ଛାବ୍ରା ଏବଂ ସେହି ବ୍ୟାଚର ସନ୍ତୋଷ କୁମାର ଉପାଧ୍ୟାୟଙ୍କ ସମେତ ଅନ୍ୟ କେତେକ ଭାରତୀୟ ପୋଲିସ ସେବା ଅଧିକାରୀଙ୍କ ନାମ ରହିଛି। ୧୪ଜଣିଆ ତାଲିକାରୁ କେନ୍ଦ୍ର ଲୋକ ସେବା ଆୟୋଗ ୩ଜଣଙ୍କ ନାମ ପଠାଇବେ । ରାଜ୍ୟ ସରକାର ସେମାନଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ମହା ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରିବେ।

Breaking News