ରିପୋର୍ଟ କାର୍ଡ / ରେଢାଖୋଲ
ଟ୍ରେନ୍ ଆଗକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ସମ୍ବଲପୁର ରେଢାଖୋଲ ରେଳ ଷ୍ଟେସନ ନିକଟରେ | ମାଲ୍ବାହୀ ଟ୍ରେନ୍ ଆଗକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଯୁବତୀଙ୍କ ବୟସ ୨୦ରୁ ୨୫ ହେବ ବୋଲି ଜଣାପଡ଼ିଥିବା ବେଳେ ତାଙ୍କର ପରିଚୟ ମିଳିପାରିନାହିଁ | ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଯୁବତୀ ଜଣଙ୍କ ରେଲ୍ୱେ ଟ୍ରାକ୍ ନିକଟରେ ମୋବାଇଲରେ କଥା ହେଉଥିଲେ। ଏହି ସମୟରେ ସମ୍ପୃକ୍ତ ଯୁବତୀ ଜଣକ କାନ୍ଦିବା ସହ ଭାରି ବ୍ୟସ୍ତ ଥିବା ଜଣାପଡୁଥିଲେ। ଏହାପରେ ଏକ ମାଲ୍ବାହା ଟ୍ରେନ୍ ଆସିବାରୁ କେହି କିଛି ବୁଝିବା ଆଗରୁ ଯୁବତୀ ଜଣକ ହଠାତ୍ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ। ଘଟଣାକୁ ନେଇ ରେଢ଼ାଖୋଲର ଲାଇନ୍ମ୍ୟାନ୍ କାଶୀନାଥ କିଶାନ କହିଛନ୍ତି, ‘ଆଜି ସକାଳ ପ୍ରାୟ ୭ଟା ୪୫ ମିନିଟ୍ ସମୟରେ ମାଲ୍ବାହୀ ଟ୍ରେନ୍ ଅଟକି ଥିଲା। ଟ୍ରେନ୍ଟି କାହିଁକି ଅଟକିଲା ବୋଲି ଜାଣିବାକୁ ଟ୍ରେନ୍ ଡ୍ରାଇଭରଙ୍କ ପାଖକୁ ଯାଇଥିଲି। ତେବେ ଜଣେ ଯୁବତୀ ଟ୍ରେନ୍ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିବା ପରେ ଜାଣିବାକୁ ପାଇଥିଲୁ। ମଝି ଟ୍ରାକ୍ରେ ତାଙ୍କ ମୃତଦେହ ପଡ଼ିଥିବା ବେଳେ ଅନ୍ୟ ଏକ ଟ୍ରାକ୍ରେ ତାଙ୍କ ବ୍ୟାଗ୍ ପଡ଼ିଥିଲା। ଝିଅଟି ମୋବାଇଲରେ କାନ୍ଦି କାନ୍ଦି କଥା ହେଉଥିଲେ।’






More Stories
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……