Report Card Odisha

| Daily Odia News

ଚଳିତ ବର୍ଷ ହେବନି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ……

ରିପୋର୍ଟ କାର୍ଡ / ପୁରୀ

ଚଳିତ ବର୍ଷ ହେବ ନାହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଭକ୍ତମାନେ ଭ୍ରାନ୍ତ ଧାରଣାରେ ନପଡିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ଅନୁରୋଧ କରିଛନ୍ତି । ଶ୍ରୀ ମନ୍ଦିର‌ ମୁକ୍ତି ମଣ୍ଡପ, ଗଜପତି ମହାରାଜ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ପୂଜାପଣ୍ଡା ନିଯୋଗ ପକ୍ଷରୁ ଅନୁମୋଦିତ ବିଶୁଦ୍ଧ ଖଡିରତ୍ନ ପଞ୍ଜିକାରେ ନାଗାର୍ଜୁନ ବେଶ ନେଇ କୌଣସି ଉଲ୍ଲେଖ ନାହିଁ। ତେବେ ପଞ୍ଚୁକ ପାଞ୍ଚ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ । ସୂଚନା ଅନୁସାରେ- ଆସନ୍ତା ସୋମବାର ଠାରୁ ଆରମ୍ଭ ହେବ ପବିତ୍ର ପଞ୍ଚୁକ ବ୍ରତ। ପଞ୍ଚୁକ ପାଞ୍ଚଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ବେଶ ଅନୁଷ୍ଠିତ ହେବ। ତେବେ ଗତବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ପଞ୍ଚୁକରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ହେବା ନେଇ ବିଭିନ୍ନ କ୍ୟାଲେଣ୍ଡର ଓ ପଞ୍ଜିକାରେ ଉଲ୍ଲେଖ ରହିଛି। ତେବେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗ ପକ୍ଷରୁ ଅନୁମୋଦିତ ବିଶୁଦ୍ଧ ଖଡିରତ୍ନ ପଞ୍ଜିକାରେ ଚଳିତବର୍ଷ ପଞ୍ଚୁକ ଅବସରରେ ନାଗାର୍ଜୁନ ବେଶ ପଡୁନଥିବା ଉଲ୍ଲେଖ ରହିଛି। ତେଣୁ ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁମାନେ ଏହି ଭ୍ରାନ୍ତ ଧାରଣାରେ ନପଡିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନୁରୋଧ କରିଛନ୍ତି। ତେବେ କେଉଁ ତିଥିରେ ନାଗାର୍ଜୁନ ବେଶ ପଡିବା କଥା ଓ କାହିଁକି ଏବର୍ଷ ନାଗାର୍ଜୁନ ବେଶ ପଡୁନାହିଁ , ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Breaking News