ରିପୋର୍ଟ କାର୍ଡ / ମୟୁରଭଞ୍ଜ
ଦୂର ସମ୍ପର୍କୀୟ ଭାଉଜଙ୍କୁ ପ୍ରେମ କରିବାକୁ ଯାଇ ମାଡଖାଇ ଖାଇବା ସହ ରାତିସାରା ଘର ଖମ୍ବରେ ବନ୍ଧା ହେଲେ ବିବାହିତ ଯୁବକ । ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଘୋଷାଦା ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ଘୋଷାଦା ଗାଁର ବିବାହିତ ଯୁବକ ସୁବ୍ରତ ବାରିକ ସେହି ଗାଁର ଜଣେ ଦୂର ସମ୍ପର୍କୀୟ ଭାଉଜଙ୍କୁ ପ୍ରେମ କରିବାକୁ ଯାଇ ତାଙ୍କ ଘରେ ପଶିଥିବା ବେଳେ ଭାଉଜଙ୍କ ପରିବାର ତାଙ୍କୁ କାବୁ କରିଥିଲେ । ଯୁବକକୁ କାବୁକରି ନିସ୍ତୁକ ମାଡମାରି ରାତିସାରା ଘର ଖମ୍ବରେ ବାନ୍ଧି ରଖିଥିଲେ । ଆଜି ସକାଳେ କରଞ୍ଜିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସମ୍ପୃକ୍ତ ଯୁବକକୁ ଉଦ୍ଧାର କରିବା ସହ ଥାନାକୁ ଆଣି ଅଧିକ ପଚରାଉଚରା ଜାରି ରଖିଛି ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..