ରିପୋର୍ଟ କାର୍ଡ / ଇମ୍ଫାଲ
ମଣିପୁରରେ ଆତଙ୍କବାଦୀ ବର୍ବର କାଣ୍ଡ ରଚିଛନ୍ତି। ସେଠାରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଛନ୍ତି | ଫଳରେ ୪ଜଣ ଯବାନଙ୍କ ସହ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ମଣିପୁର ଆସାମ ରାଇଫଲର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ ଓ ତାଙ୍କ ପରିବାର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଘଟଣା ଶନିବାର ସକାଳ ୧୦ ଟାରେ ଘଟିଥିଲା । ସେଖନ-ବୋହିଅଙ୍ଗ ପୋଲିସ ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଥିଲା । ୪୬ ଆସାମ ରାଇଫଲର କମାଣ୍ଡିଙ୍ଗ ଅଫିସର ନିଜ ପରିବାର ସହିତ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଗାଡି ଉପରକୁ ହଠାତ ଆକ୍ରମଣ କରିଥିଲେ । ଆକ୍ରମଣରେ କମାଣ୍ଡିଙ୍ଗ ଅଫିସରଙ୍କ ପତ୍ନୀଙ୍କ ସହ ମୋଟ ୬ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କମାଣ୍ଡିଂ ଅଫିସରଙ୍କୁ ମିଶାଇ ୫ଜଣ ଯବାନ ଏବଂ କମାଣ୍ଡିଂ ଅଫିସରଙ୍କ ପତ୍ନୀ ଓ ପୁଅ ଥିବା ଜଣାପଡ଼ିଛି। ମଣିପୁରସ୍ଥିତ ପିପୁଲ୍ସ ଲିବରେସନ୍ ଆର୍ମି ଏହି ଆକ୍ରମଣ ପଛରେ ଥିବା ସନ୍ଦେହ କରାଯାଉଛି। ମଣିପୁର ମୁଖ୍ୟମନ୍ତ୍ରୀ ନଙ୍ଗଥମ୍ବମ୍ ବିରେନ୍ ସିଂ ଏହି ଘଟଣାକୁ କଡା ନିନ୍ଦା କରିଛନ୍ତି । ଏହାସହ ଏଭଳି ଘୃଣ୍ୟ କାମ କରିଥିବା ଆତଙ୍କବାଦୀଙ୍କୁ ଛଡାଯିବ ନାହିଁ ବୋଲି ସେ କହିଛନ୍ତି ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….