Report Card Odisha

| Daily Odia News

ସ୍କୁଲ ବନ୍ଦ କଲେ ସରକାର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସାଙ୍ଘାତିକ | ପ୍ରଦୂଷଣରେ ଅଣନିଶ୍ୱାସୀ ହୋଇପଡିଲେଣି ଦିଲ୍ଲୀ ବାସୀ | ଦିନକୁ ଦିନ ପ୍ରଦୂଷଣ ବଢ଼ୁଥିବାରୁ ସୁପ୍ରିମକୋର୍ଟ ଉଭୟ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟଙ୍କ ଉଦବେଗ ପରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ପ୍ରଦୂଷଣକୁ ଦୃଷ୍ଟିରେ ସୋମବାର ଠାରୁ ଗୋଟିଏ ସପ୍ତାହ ପାଇଁ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ ରହିବ। ସେହିପରି ସରକାରୀ ଅଧିକାରୀମାନଙ୍କୁ ୧୦୦% କ୍ଷମତାର ସହ ଘରେ ରହି କାମ କରିବେ। କେବଳ ଜରୁରୀ ସେବାରେ ନିୟୋଜିତ କର୍ମଚାରୀମାନେ ଅଫିସ ଆସିପାରିବେ ବୋଲି ନିଜେ କେଜ୍ରିୱାଲ ସୂଚନା ଦେଇଛନ୍ତି।

 

Breaking News