ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ବାମୀର ଗଳା କାଟି ହତ୍ୟାକରି ବସ୍ତାରେ ପୂରାଇ ଘର ଛାତରେ ଫିଙ୍ଗିଦେଲା ସ୍ତ୍ରୀ । ଏଭଳି ଘଟଣା ଘଟିଛି ଉତ୍ତରାଖଣ୍ଡର ପିଥୌରାଗଡ଼ ଜିଲ୍ଲାରେ | ଏହି ଘଟଣାର ମାସେ ପରେ ଅଭିଯୁକ୍ତ ସ୍ତ୍ରୀକୁ ପୋଲିସ ଗିରଫ କରିଛି। ପ୍ରଥମେ ବ୍ୟକ୍ତି ଜଣଙ୍କ ଛାତରୁ ଗୋଡ଼ ଖସିଯିବାରୁ ମୃତ୍ୟୁ ହୋଇଥିବା ନେଇ ପୋଲିସକୁ କୁହାଯାଇଥିଲା। ପରେ ମୃତକଙ୍କ ଭାଇ ଭାଉଜ ବିରୋଧରେ ଥାନାରେ ଏତଲା ଦେବା ପରେ ସମସ୍ତ ଘଟଣା ପଦାକୁ ଆସିଛି। ଉତ୍ତରାଖଣ୍ଡର ପିଥୌରାଗଡ଼ ଜିଲ୍ଲାରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇଛି। ଜିଲ୍ଲାର ଦିଦିହାଟ ଅଞ୍ଚଳରେ କୁନ୍ଦନ ସିଂହ ଧାମିଙ୍କ ମୃତ୍ୟୁ ନେଇ ଅକ୍ଟୋବର ୧୭ରେ ପୋଲିସକୁ ଖବର ମିଳିଥିଲା । କିନ୍ତୁ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ କିଛି ଅଲଗା ଆସିଥିଲା। ଏହା ପରେ କୁନ୍ଦନଙ୍କ ଭାଇ ଧନ ସିଂହ ଧାମି ଥାନାରେ ନିଜ ଭାଉଜ ନୀମା ଦେବୀ ନାଁରେ ଏତଲା ଦେଇଥିଲା। ଅଭିଯୋଗକାରୀଙ୍କ ଅନୁସାରେ, ତାଙ୍କ ଭାଇ ଭାଉଜଙ୍କ ମଧ୍ୟରେ ପ୍ରାୟ ସବୁବେଳେ ଝଗଡ଼ା ହେଉଥିଲା। ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏହା ପରେ ପୋଲିସ ନଭେମ୍ବର ୧୨ରେ ନୀମାକୁ ଗିରଫ କରି ପଚରାଉଚରା କରିଥିଲା। ପରେ ନୀମା ନିଜ ସ୍ବାମୀଙ୍କ ଗଳା କାଟି ହତ୍ୟା କରିବା ସହ ଅଖାରେ ପୂରାଇ ଛାତରେ ଫିଙ୍ଗିଥିଲା ବୋଲି ମାନିଥିଲା। ଏବେ ପୋଲିସ ରକ୍ତ ଭିଜା ଅଖା ଏବଂ ହତ୍ୟ ପାଇଁ ବ୍ୟବହୃତ ଛୁରୀଟିକୁ ମଧ୍ୟ ଜବତ କରି ତଦନ୍ତ ଚଳାଇଛି|






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..