ରିପୋର୍ଟ କାର୍ଡ / ପୁରୀ
ଆଜି ଠାରୁ ଆରମ୍ଭ ହେଉଛି ପଞ୍ଚୁକ | ଏହି ଦିନରେ ମହାପ୍ରଭୁଙ୍କ ହରି ଉତ୍ଥାପନ ନୀତି ମଧ୍ୟ ଅନୁଷ୍ଠିତ ହେବ। ଏଥିସହ ସୋମବାର ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ତଥା ଠିଆକିଆ ବେଶ ଅନୁଷ୍ଠିତ ହେବ। ପ୍ରଭୁ ଶ୍ରୀଭୁଜ, ପୟର, କିରିଟି, କୁଣ୍ଡଳ ଭଳି ୨୩ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି| ଏହି ବେଶକୁ ଦର୍ଶନ କରିବା ପାଇଁ ଭକ୍ତଙ୍କର ଭିଡ ଜମେ | ଏହାକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଚଳିତ ମାସ ୧୬ ତାରିଖରେ ବାଙ୍କଚୂଡ଼ ତଥା ବାମନ ବେଶ ଓ ଗରୁଡ଼ ନୀତି, ୧୭ ତାରିଖରେ ଡାଳିକିଆ ତଥା ତ୍ରିବିକ୍ରମ ବେଶ, ୧୮ ତାରିଖରେ ଲକ୍ଷ୍ମୀନୃସିଂହ ବେଶ ଏବଂ ୧୯ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ପଞ୍ଚକ ପାଞ୍ଚ ଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ଅଜସ୍ର ପୁଣ୍ୟ ଅର୍ଜନର ବିଶ୍ବାସ ରହିଛି। ଅନାଦି କାଳରୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନର ମହାତ୍ମ୍ୟ ରହିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ବ୍ୟାପକ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ପୁରୀ ଏସ୍ପି କେ ବିଶାଲ ସିଂହ କହିଛନ୍ତି, ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଏଥିପାଇଁ ମରିଚି କୋଟ ଛକଠାରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ୨୦ ପ୍ଲାଟୁନ ପୋଲିସ ନିୟୋଜିତ ହେବେ। ସେହିଭଳି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କାର୍ତ୍ତିକ ପୂର୍ଣ୍ଣମୀ ଦିନ ମଧ୍ୟ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..