Report Card Odisha

| Daily Odia News

ଯାତ୍ରା-ଅପେରା-ଡ୍ରାମାକୁ ଅନୁମତି ଦେଲେ ସରକାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦୀର୍ଘ ଦିନ ପରେ ମଞ୍ଚ କଳାକାରଙ୍କୁ ସୁଯୋଗ ଦେଲେ ସରକାର। ଯାତ୍ରା, ଅପେରା, ଡ୍ରାମା କଳାକାରଙ୍କ ପାଇଁ ଖୁସି ଖବର। ଏସଆରସିଙ୍କ ପକ୍ଷରୁ ନୂଆ ଗାଇଡ୍ ଲାଇନ୍ ଜାରି ହୋଇଛି । ୟୋଜନ ହୋଇପାରିବ ଯାତ୍ରା କିମ୍ବା ଅପେରା । ହେଲେ ଏଥିପାଇଁ ରହିଛି କଟକଣା । କୋଭିଡ୍ କଟକଣା ଭିତରେ ଉତ୍ସବ ପାଳନ ନେଇ ମିଳିଲା ଅନୁମତି ଦେଇଛନ୍ତି ଏସ୍‌ଆର୍‌ସି । ଆଜିଠାରୁ ନୂଆ ଗାଇଡ୍‌ଲାଇନ୍‌ ଲାଗୁ ନେଇ SRCଙ୍କ ସୂଚନା । ସବୁ ଜିଲ୍ଲାପାଳ, ଏସ୍‌ପି ଓ ମ୍ୟୁନିସିପାଲ କମିଶନରଙ୍କଠାରୁ ଯାତ୍ର, ଅପେରା କିମ୍ବା ଡ୍ରାମା ପାଇଁ ଅନୁମତ ନେବା ଜରୁରୀ ବୋଲି କହିଛନ୍ତି ଏସ୍‌ଆର୍‌ସି । କାର୍ଯ୍ୟକ୍ରମ ଲାଗି ଖୋଲା ପଡିଆରେ ୨ ହଜାର ଲୋକ ସାମାଜିକ ଦୂରତା ରଖି ବସିପାରିବେ। ଅନଲାଇନ୍‌ରେ କିମ୍ବା ଅଧିକ କାଉଣ୍ଟର ଖୋଲି ଟିକେଟ୍ ବୁକିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏତଦ୍ ବ୍ୟତୀତ ଇଣ୍ଡୋର ହଲ୍‌ରେ ବସିବା କ୍ଷମତା ୫୦ ପ୍ରତିଶତ ରଖାଯାଇଛି। କ୍ଷମତା ଠାରୁ ଅଧିକ ଲୋକଙ୍କୁ ବସିବା ପାଇଁ ଅନୁମତି ମିଳିବ ନାହିଁ। ସ୍ଥାନୀୟ ପରିସ୍ଥିତିକୁ ଦେଖି କର୍ତ୍ତୃପକ୍ଷଙ୍କୁ ମଧ୍ୟ ସଂଖ୍ୟା ନିର୍ଦ୍ଧାରଣ କରିବା ପାଇଁ କ୍ଷମତା ଦିଆଯାଇଛି। ସେହିପରି ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଛି।

 

Breaking News