ରିପୋର୍ଟ କାର୍ଡ / କଟକ
ଗତକାଲି ମହାନଦୀରୁ ଜଣେ ଛାତ୍ରଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ୨ ଛାତ୍ରଙ୍କର ମୃତଦେହ ଉଦ୍ଧାର ହୋଇଛି | ଏବେବି ଜଣେ ଛାତ୍ର ନିଖୋଜ ଅଛନ୍ତି। କଟକ ମହାନଦୀ ଭଦିମୂଳ ଘାଟରେ ଗତକାଲି ୪ ଜଣ ଛାତ୍ର ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ନାଁ କ୍ଷେତ୍ରବାସୀ ବେହେରା। ଅନ୍ୟ ୩ ଜଣ ନିଖୋଜଙ୍କ ମଧ୍ୟରୁ ୨ଙ୍କର ମୃତଦେହ ଉଦ୍ଧାର ହୋଇଛି । ସମସ୍ତ ଛାତ୍ରଙ୍କ ଘର କଟକ ନୂଆବଜାର ପୋତା ପୋଖରୀ ଅଞ୍ଚଳରେ ହୋଇଥିବା ବେଳେ ସମସ୍ତେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ସେମାନଙ୍କ ବୟସ ୧୩ରୁ ୧୪ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ୪ ଛାତ୍ର ସାଇକେଲ୍ରେ ସ୍କୁଲ୍ ଯାଇଥିଲେ। ହେଲେ ଘରକୁ ଆଉ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମହାନଦୀ ଭଦିମୂଳ ଘାଟ ପାଖେ ସାଇକେଲ୍ ଥିବା ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଓ ପରିବାର ଲୋକେ ନଦୀରେ ଖୋଜାଖୋଜି କରିବା ପରେ କ୍ଷେତ୍ରବାସୀଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ନିଖୋଜ ୩ ଜଣ ଛାତ୍ରଙ୍କୁ ଖୋଜିବା ଲାଗି ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ୪ ଛାତ୍ର ସ୍କୁଲ୍ ପରେ ନଦୀରେ ଗାଧୋଇବାକୁ ଆସି ଥିବାବେଳେ ନଦୀରେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..