ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ସମସ୍ତ ରେଳ ଷ୍ଟେସନରେ ସ୍ୱରେଜ୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍ (ଏସ୍ଟିପି) ବ୍ୟବସ୍ଥା କରିବାକୁ ନିର୍ଦ୍ଦେହ ହୋଇଛି । ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ଭାରତୀୟ ରେଳ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ଏସ୍ଟିପି ବ୍ୟବସ୍ଥା କର, ନଚେତ୍ ଏ ବାବଦରେ ସ୍ଥାନୀୟ ନଗର ନିଗମ ସହିତ ବୁଝାମଣାପତ୍ର ଜରିଆରେ କି ଭଳି ଏହା କରାଯାଇ ପାରିବ ସେ ନେଇ ବିଚାରବିମର୍ଶ କର ବୋଲି ଏନ୍ଜିଟି ଆଦେଶରେ କହିଛନ୍ତି। ଏନ୍ଜିଟି ଅଧ୍ୟକ୍ଷ ଜଷ୍ଟିସ୍ ଆଦର୍ଶ କୁମାର ଗୋୟଲଙ୍କ ଖଣ୍ଡପୀଠ ଏସ୍ଟିପି ଜଳକୁ ସଫେଇ କାର୍ଯ୍ୟରେ ବ୍ୟବହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ରିପୋର୍ଟ ଅଧାରରେ ଏନ୍ଜିଟି ଉପରୋକ୍ତ ଆଦେଶ ଦେଇଛନ୍ତି।






More Stories
କୌଣସି ଲକ୍ଡାଉନ୍ ହେବନି…..
ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ….
ସିଏମ୍-ପିଏମ୍ ଆଲୋଚନା…..