Report Card Odisha

| Daily Odia News

ସ୍କୁଲ ପରିସରରେ ହେବ ଅଙ୍ଗନବାଡ଼ି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏଣିକି ସବୁ ପ୍ରାଥମିକ ସ୍କୁଲ ପରିସରରେ ହେବ ଗାଁର ଅଙ୍ଗନବାଡ଼ି କେନ୍ଦ୍ର । ବିଇଓଙ୍କ ଉପସ୍ଥିତିରେ ସ୍ଥାନ ଚୟନ କରିବେ ସମ୍ପୃକ୍ତ ବିଡ଼ିଓ | ଖାଲି ପଡ଼ିଥିବା ସ୍କୁଲଘର ବ୍ୟବହାରକୁ ଗୁରୁତ୍ବ ଦିଆଯିବ । ସ୍କୁଲ ଘର ବ୍ୟବହାର ପାଇଁ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଗଢ଼ାହେବ କମିଟି । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ନିଷ୍ପତ୍ତି ନେଇଛି । ରାଜ୍ୟରେ ବହୁ ସଂଖ୍ୟାରେ ଅଙ୍ଗନୱାଡି କେନ୍ଦ୍ର ଗୁଡ଼ିକ ଭଡା ଘର କିମ୍ବା କମ୍ୟୁନିଟି ହଲରେ କାର୍ଯ୍ୟ କରୁଛି । ତେଣୁ ଅଙ୍ଗନୱାଡି କେନ୍ଦ୍ର ଏବଂ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକ୍ଷମ ଲିଙ୍କେଜ୍ ହେତୁ ସରକାରୀ ପରିସରରେ ଏକ ଗାଁର ଏଡବ୍ଲୁସିଏସ କୋଠା ନିର୍ମାଣ କାର୍ଯ୍ୟ ସମ୍ଭବ ହେବ। ଯେଉଁଗାଁର ଅଙ୍ଗନୱାଡି କେନ୍ଦ୍ର ଏକ ଭଡା ଘରେ କାର୍ଯ୍ୟ କରୁଛି ଏବଂ ଅନ୍ୟ ପଟେ ଉକ୍ତ ଗାଁର ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ କିମ୍ବା କିଛି ସ୍ଥାନ ଥିଲେ ସେହି ଠାରେ ହିଁ ଅଙ୍ଗନବାଡି କେନ୍ଦ୍ର ଖୋଲାଯିବ। ସେହିପରି ବିଦ୍ୟାଳୟର ରୋଷେଇ ଘର ବଗିଚାରେ ଉପଲବ୍ଧ ପନିପରିବା ମଧ୍ୟ ପ୍ରାଥମିକ ବିଦ୍ୟାଳୟରେ ସହ-ଅବସ୍ଥିତ ଅଙ୍ଗନବାଡି (ଏଡବ୍ଲୁସି)କୁ ଯୋଗାଇ ଦିଆଯିବ । ଉପରୋକ୍ତ ପ୍ରସଙ୍ଗରେ ତୁରନ୍ତ ବିଦ୍ୟାଳୟ ପରିସରରେ ଏଡବ୍ଲୁସିଏସର ନିର୍ମାଣ ଏବଂ ସୁଗମ କାର୍ଯ୍ୟ ପାଇଁ ଖୁବଶୀଘ୍ର ପଦକ୍ଷେପ ନେବାକୁ ଜିଲ୍ଲା / ବ୍ଲକ ସ୍ତରୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 

Breaking News