Report Card Odisha

| Daily Odia News

ଧରା ପଡ଼ିଲା ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କ ଜାଲିଆତି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସାଂସଦ ଅନୁଭବ ମହାନ୍ତିଙ୍କ ବାପାଙ୍କ ଜାଲିଆତି ପାଇଁ ବାପାଙ୍କ ପଦୋନ୍ନତି ବାତିଲ। ମିଛ ଯୋଗ୍ୟତା ପ୍ରମାଣପତ୍ର ମାମଲାରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ତଥା ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଅଭୟ କୁମାର ମହାନ୍ତିଙ୍କ ପଦୋନ୍ନତି ବାତିଲ କରିଛନ୍ତି। ଏନେଇ ଆସିଥିବା ଅଭିଯୋଗ ଉପରେ ଉଚ୍ଚଶିକ୍ଷା ବିଭାଗ କରିଥିବା ତଦନ୍ତର ଚୂଡାନ୍ତ ରିପୋର୍ଟରେ ଅନୁଭବଙ୍କ ବାପା ଜାଲ୍ ରିଫ୍ରେସର କୋର୍ସ ପ୍ରମାଣପତ୍ର ଦାଖଲ କରିଥିବା ଜଣାପଡିଛି | ଯାହା ବଳରେ ଉଚ୍ଚଶିକ୍ଷା ବିଭାଗ ପଦୋନ୍ନତି ବାତିଲ କରିଛି ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଅଭୟ ମହାନ୍ତିଙ୍କ କଟକ ସ୍ଥିତ ଘରକୁ ଚିଠି ପଠାଯାଇଥିବା ବେଳେ କନ୍ଦରପୁର କଲେଜର ଅଧ୍ୟକ୍ଷଙ୍କୁ ବି ଆବଶ୍ୟକ ପଦକ୍ଷେପ ନେବାକୁ ବି ବିଭାଗୀୟ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅନୁଭବ ମହାନ୍ତି। ଓଲିଉଡ୍‌ ଜଗତର ହିଟ ଯୋଡ଼ି କୁହାଯାଉଥିବା ଅନୁଭବ ଓ ବର୍ଷା ଦୁହେଁ ପ୍ରେମ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇ କଥା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଛି। ପତ୍ନୀ ବର୍ଷା ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଥିବା ବେଳେ ଅନୁଭବ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ମାମଲା ଆବେଦନ କରିଛନ୍ତି। ଯାହା ଏବେ ଏହା ବିଚାରାଧୀନ ରହିଛି।

Breaking News