ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭିନ୍ନ ଜାତିରେ ବିବାହ କଲେ ମିଳିବ ଟଙ୍କା । ଦମ୍ପତିଙ୍କୁ ଆର୍ଥିକ ସହାୟତା ଯୋଗାଇବେ ଆସାମ ସରକାର । ସାମାଜିକ ସମନ୍ୱୟ ବୃଦ୍ଧି ପାଇଁ ଆସାମ ସରକାର ଭିନ୍ନ ଜାତିରେ ବିବାହକୁ ପ୍ରୋତ୍ସାହିତ କରୁଛନ୍ତି । ଇଣ୍ଟରକାଷ୍ଟ୍ ମ୍ୟାରେଜ୍ ଯୋଜନା ଅଧୀନରେ ଦମ୍ପତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ବିବାହ ପରେ ଦମ୍ପତିଙ୍କୁ ୧୦,୦୦୦ରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ ସରକାର । ନିକଟରେ ଆରମ୍ଭ ହୋଇଥିବା ଇଣ୍ଟରକାଷ୍ଟ୍ ମ୍ୟାରେଜ୍ ଯୋଜନା ଅନୁସାରେ କୌଣସି ପ୍ରକାର ବ୍ୟବସାୟ କରିବା କିମ୍ବା ଆୟ ପାଇଁ ଏହି ସହାୟତା ପ୍ରଦାନ କରାଯିବ ବୋଲି ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି ।
ସର୍ତ୍ତ ସହିତ ଏହି ଯୋଜନାର ଲାଭ ଉଠାଇ ପାରିବେ ଦମ୍ପତି । ଏପ୍ରିଲ ୨୦୧୯ ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ବିବାହ କରିଥିବା ଦମ୍ପତିଙ୍କୁ ଏହି ଟଙ୍କା ମିଳିବ । ତେବେ ଏଥିପାଇଁ ବାର୍ଷିକ ଆୟ ୫ ଲକ୍ଷରୁ ଅଧିକ ନହେବା ଆବଶ୍ୟକ । ଅନ୍ୟପଟେ ସ୍ୱାମୀସ୍ତ୍ରୀଙ୍କୁ ମଧ୍ୟରୁ ଜଣେ ଅନୁସୂଚିତ ଜାତିର ଏବଂ ଅନ୍ୟ ଜଣେ ସବର୍ଣ୍ଣ ଜାତିର ହେବା ଆବଶ୍ୟକ । ଏହି ସର୍ତ୍ତ ପୂରଣ ନେହେଲେ ଦମ୍ପତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ନାହିଁ । ଏଭଳି କରିବାର କାରଣ ହେଉଛି ବିଜ୍ଞାନ ଯୁଗରେ ବି ଆଜି ଜାତିପାତର ବିଶ୍ୱାସ ରହିଛି । ଅନରକିଲିଂ ଚାଲିଛି । ପ୍ରେମ ପାଇଁ ଅକାଳରେ ଯୁବକଯୁବତୀଙ୍କ ଜୀବନ ଚାଲିଯାଇଛି । ବିଭିନ୍ନ ସମୟରେ ପରିବାର ବିରୋଧରେ ଯାଇ ଯୁବକଯୁବତୀ ବିବାହ କରୁଛନ୍ତି । ଆଉ କିଛି ପରିବାର ଚାପରେ ଆସି ଆତ୍ମହତ୍ୟା ପରି ବାଟକୁ ବାଛି ନେଉଛନ୍ତି । ଆଜି ବି ଜାତି ସମସ୍ୟା ସାମାଜିକ ଚଳନିକୁ ପ୍ରଭାବିତ କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଯୋଜନା ସମନ୍ୱୟ, ସକରାତ୍ମକ ମାନସିକତା ଏବଂ ସାମାଜିକ ଦୂରତ୍ୱ ଭାବନାକୁ ଉତ୍ସାହିତ କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……