ରିପୋର୍ଟ କାର୍ଡ / ବ୍ରହ୍ମପୁର
ଭିଜିଲାନ୍ସ ଜାଲରେ କନଷ୍ଟେବଳ ସୁଦର୍ଶନ ପ୍ରଧାନ । ବ୍ରହ୍ମପୁର ପୋଲିସରେ କନଷ୍ଟେବଳ ନଂ ୭୪୨ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢଉ କରାଯାଉଛି । ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ରେଡ କରିଛି । ବ୍ରହ୍ମପୁରସ୍ଥିତ ୩ ମହଲା କୋଠା, ନିମଖଣ୍ଡିସ୍ଥିତ ବାସଭବନ ଓ ଭଞ୍ଜନଗର ଗମୁଣ୍ଡିସ୍ଥିତ ପୈତୃକ ଘରେ ରେଡ୍ ଜାରି ରହିଛି । ଚଢଉରେ ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଇନ୍ସ୍ପେକ୍ଟର ସାମିଲ ରହିଛନ୍ତି ।ବର୍ତ୍ତମାନ ସୁଦ୍ଧା ସୁଦର୍ଶନଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..