Report Card Odisha

| Daily Odia News

ଭୟ ବଢ଼ାଇଛି ‘ଓମିକ୍ରନ୍‌’…..

FILE - People queue to get on the Air France flight to Paris at OR Tambo's airport in Johannesburg, South Africa, Nov. 26, 2021. As the world grapples with the emergence of the new highly transmissible variant of COVID-19, worried scientists in South Africa — where omicron was first identified — are scrambling to combat its lightning spread across the country. (AP Photo/Jerome Delay, File)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍‌’ ଏବେ ବିଶ୍ବବ୍ୟାପୀ ଭୟ ବଢ଼ାଇଛି। ଏଦିଗରେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅତିରିକ୍ତ ମୁଖ୍ୟ ସଚିବ (ସ୍ବାସ୍ଥ୍ୟ)ଙ୍କୁ ଚିଠି ଲେଖି ‘ଓମିକ୍ରନ୍‌’ ପ୍ରଜାତି ପାଇଁ ସତର୍କ କରାଇଛନ୍ତି। ପୂର୍ବଭଳି କଣ୍ଟେନମେଣ୍ଟ୍‌ ଅଞ୍ଚଳ ପ୍ରସ୍ତୁତ କରିବା ସହ ଟିକାକରଣ ତ୍ବରାନ୍ବିତ କରିବାପାଇଁ ସରକାର କହିଛନ୍ତି। ‘ଓମିକ୍ରନ୍‌’ ଚିହ୍ନଟ ହୋଇଥିବା ରାଷ୍ଟ୍ରମାନଙ୍କୁ ସରକାର ବିପଦ ଶ୍ରେଣୀରେ ରଖିଛନ୍ତି। ଉକ୍ତ ରାଷ୍ଟ୍ରମାନଙ୍କରୁ ଆସୁଥିବା ଯାତ୍ରୀଙ୍କୁ ୧୪ ଦିନର ଯାତ‌ାୟତ ସଂପର୍କିତ ସୂଚନା ପ୍ରଦାନ ସହ ଆର୍‌ଟି-ପିସିଆର୍‌ ନେଗେଟିଭ ସାର୍ଟିଫିକେଟ ଦାଖଲ ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲଗାତାର ଭାବେ ହଟ୍‌ସ୍ପଟ୍‌ ଅଞ୍ଚଳ ଚିହ୍ନଟ କରିବା ପାଇଁ ସରକାର କହିଛନ୍ତି। ଓମିକ୍ରନ୍‌ ପ୍ରଜାତି ପାଇଁ ଦେଶରେ ଅଚାନକ ସଂକ୍ରମଣ ବୃଦ୍ଧି ହେବା ସମ୍ଭାବନା ଥିବାରୁ ରାଜ୍ୟମାନଙ୍କୁ ଟେଷ୍ଟିଂ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟମାନେ ଟେଷ୍ଟ୍‌ ପଜିଟିଭ୍‌ ହାର ୫ ପ୍ରତିଶତ ତଳେ ରଖିବା ଉଚିତ ବୋଲି ରାଜେଶ ଭୂଷଣ କହିଛନ୍ତି। କିଛି ରାଜ୍ୟରେ ‌ଟେଷ୍ଟିଂ କମିଯାଇଛି। ବିନା ଟେଷ୍ଟିଂରେ ସଂକ୍ରମଣର ମାତ୍ରା କେ‌ତେ ବଢ଼ିଛି ତାହା କହିହେବ ନାହିଁ। ତେଣୁ ଟେଷ୍ଟିଂ ବ୍ୟବସ୍ଥାକୁ ସୁଦୃଢ଼ କରିବାପାଇଁ ସରକାର କହିଛନ୍ତି। ହଟ୍‌ସ୍ପଟ୍‌ ଅଞ୍ଚଳ ଏବଂ ଅଧିକ ପଜିଟିଭ୍‌ ମାମଲା ଥିବା ସ୍ଥାନରେ ଲଗାତାର ଯାଞ୍ଚ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ହଟ୍‌ସ୍ପଟ୍‌ ଅଞ୍ଚଳର ସମସ୍ତ ନମୁନା ଗୁଡ଼ିକର ଜେନମ ସିକ୍ବେନ୍ସିଂ ପାଇଁ କୁହାଯାଇଛି। ସମସ୍ତ ରାଜ୍ୟ କରୋନା ନିୟମାବଳି କଡ଼ାକଡ଼ି ପାଳନ କରିବେ। ଅନ୍ତର୍ଜାତୀୟ ଯାତ୍ରୀମାନଙ୍କର ପୂର୍ବ ରେକର୍ଡ ଟ୍ରାକ୍‌ କରିବାପାଇଁ ଏକ ବ୍ୟବସ୍ଥା ରହିଛି। ତେଣୁ ରାଜ୍ୟମାନେ ଯାତ୍ରୀଙ୍କର ରେକର୍ଡ ଯାଞ୍ଚ କରିପାରିବେ। ମହାମାରୀ ନେଇ କୌଣସି ଭୁଲ୍‌ ଖବର ପ୍ରସାରଣ ରୋକିବା ପାଇଁ ରାଜ୍ୟ ସରକାର ନିୟମିତ ବ୍ୟବଧାନରେ ସାମ୍ବାଦିକ ସମ୍ମିଳନୀ କରି ଲୋକମାନଙ୍କ ନିକଟରେ ପ୍ରମାଣ ଭିତ୍ତିକ ତଥ୍ୟ ରଖିବାପାଇଁ ଭୂଷଣ କହିଛନ୍ତି। ଲୋକମାନଙ୍କ ମନରେ ଯେମିତି କୌଣସି ଭୟ ନରହେ ସେନେଇ ନିଶ୍ଚିତ ହେବାକୁ ପଡ଼ିବ। ସେହିପରି କରୋନା ନେଇ କେଉଁ ସୁରକ୍ଷା ପଦକ୍ଷେପ ଗ୍ରହଣ ‌ହୋଇଛି ସେନେଇ ସମସ୍ତେ ଅବଗତ ହେବା ଉଚିତ୍‌ ବୋଲି ସରକାର କହିଛନ୍ତି। ବ୍ରି‌ଟେନ୍‌, ଜର୍ମାନୀ, ଇଟାଲି, ବେଲଜିୟମ, ଅଷ୍ଟ୍ରିଆ, ବୋସ୍ତୱାନା, ଇସ୍ରାଏଲ ଏବଂ ହଂକଂରେ ‘ଓମିକ୍ରନ୍‌’ ପ୍ରଜାତି ଚିହ୍ନଟ ହୋଇଛି।

Breaking News