Report Card Odisha

| Daily Odia News

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୯୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,୨ ମୃତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୭ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଥିବା ବେଳେ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୧୫ ଏବଂ ସ୍ଥାନୀୟ ସଂକ୍ରମିତ ୮୨ ଜଣ ରହିଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୨୫ ଜଣ ରହିଥିବା ଜଣାଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୮୮୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାଯାଇଛି । ବାଲେଶ୍ୱରରୁ ୨, ବରଗଡ ୧, ଭଦ୍ରକ ୩, କଟକ ୬, ଦେବଗଡ ୩, ଢେଙ୍କାନାଳ ୪, ଗଞ୍ଜାମ ୧, ଜଗତସିଂହପୁର ୨ ଏବଂ ଯାଜପୁରରୁ ୮ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ୫, କେନ୍ଦ୍ରାପଡା ୨, କେନ୍ଦୁଝର ୧, ଖୋର୍ଦ୍ଧା ୯୪, ମୟୁରଭଞ୍ଜ ୯, ନବରଙ୍ଗପୁର ୨, ନୟାଗଡ ୩, ରାୟଗଡା ୧, ସମ୍ବଲପୁର ୧୬, ସୁନ୍ଦରଗଡ ୧୨ ଓ ଷ୍ଟେଟପୁଲରୁ ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୨୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୩୮୦୮୫ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ରାଜ୍ୟରେ ୨୩୩୩ ଜଣ ସକ୍ରିୟ କରୋନା ରୋଗୀ ଥିବା ଜଣାଯାଇଛି । ଏଥିସହିତ ୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ବରଗଡ ଜିଲ୍ଲାର ବୋଲି ଜଣାପଡିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୦୯ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

 

Breaking News