ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳିତ ଶୀତକାଳୀନ ଅଧିବେଶନ ସମେତ ସଂସଦର ପାଞ୍ଚଟି ଅଧିବେଶନକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରେସ୍ ଗ୍ୟାଲେରୀରେ ପ୍ରବେଶ କରିବାକୁ ବାରଣ କରାଯାଇଥିବା ନେଇ ପ୍ରେସ କ୍ଲବ୍ ଅଫ୍ ଇଣ୍ଡିଆ ଅଭିଯୋଗ କରିଛି | ଏନେଇ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ଚିଠି ଲେଖି ପ୍ରେସ କ୍ଲବ୍ ଅଫ୍ ଇଣ୍ଡିଆ ଅଭିଯୋଗ କରିଛି | ସଂସଦ ତଥା ସାଂସଦମାନଙ୍କୁ ଗଣମାଧ୍ୟମଠାରୁ ପୃଥକ କରିବା ଉଦ୍ଦେଶ୍ୟରେ ଗତ ଦେଢ଼ ବର୍ଷ ହେଲା ସେମାନଙ୍କୁ ପ୍ରେସ୍ ଗ୍ୟାଲେରୀରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ସୋମବାର ଶୀତ ଅଧିବେଶନର ପ୍ରଥମ ଦିନ ଥିଲା ଏହି ଅଧିବେଶନରେ ମଧ୍ୟ ସାମ୍ବାଦିକମାନଙ୍କୁ ଚତୁରତାର ସହ ପ୍ରେସ୍ ଗ୍ୟାଲେରୀରୁ ଦୂରେଇ ରଖାଯାଇଥିଲା। ସାମ୍ବାଦିକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଇ ନାହିଁ। ଏହା ଗଣମାଧ୍ୟମର ପ୍ରବେଶକୁ ରୋକିବା ପାଇଁ ପ୍ରତିବନ୍ଧକର ଏକ ନୂତନ ଫର୍ମାଟ୍ ବୋଲି ପ୍ରେସ୍ କ୍ଲବ ଅଫ୍ ଇଣ୍ଡିଆ ଟୁଇଟ୍ କରିଛି। ପୂର୍ବରୁ ସଂସଦ କର୍ତ୍ତୃପକ୍ଷ କୋଭିଡ କଟକଣା ଦର୍ଶାଇ ପ୍ରେସ ଗ୍ୟାଲେରୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶକୁ ବାରଣ କରିଥିଲେ। ସମ୍ପ୍ରତି ମଲ୍, ରେଷ୍ଟୁରାଣ୍ଟ, ସିନେମା ହଲ୍ ଖୋଲିଛି। ତେଣୁ ପ୍ରେସ୍ ଗ୍ୟାଲେରୀକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଏପରି ପ୍ରତିବନ୍ଧକର ଆବଶ୍ୟକତା ନାହିଁ ବୋଲି ସଂଗଠନ ଚିଠି ଲେଖିଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..