Report Card Odisha

| Daily Odia News

ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ଦାବି,ଲୋକସଭା ୨ ଟା ଯାଏଁ ମୁଲତବୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଳିତ ସଂସଦର ଶୀତକାଳୀନ ଅଧିବେଶନର ଦ୍ଵିତୀୟ ଦିନରେ ବି ଗୃହରେ ହଟ୍ଟଗୋଳ | ଲୋକସଭା ଗୃହକୁ ୨ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ଉପରାଷ୍ଟ୍ରପତି | ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ସୋମବାର ଗୃହରେ ହଙ୍ଗାମା କରିଥିବା ୧୨ ଜଣ ସାଂସଦଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ନିଲମ୍ବିତ ସାଂସଦମାନେ ଗୃହର କୌଣସି କାର୍ଯ୍ୟରେ ଭାଗନେଇ ପାରିବେ ନାହିଁ ବୋଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଆଜି ୧୨ ସାଂସଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ଗୃହରେ ବିରୋଧୀ ଦାବି କରିଥିଲେ | ଏହାକୁ ଅଗ୍ରାହ୍ୟ କରି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଖୁବ ବିରକ୍ତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଧାରା ୨୫୬ ଓ ୨୫୯ ଅନୁସାରେ ଏପରି ନିଷ୍ପତ୍ତି ନେବାର ଅଧିକାର ଗୃହର ରହିଛି। ଗତକାଲି ଯାହା ଘଟିଲା, ତା’ ଉପରେ ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଗୃହ ହିଁ କାର୍ଯ୍ୟାନୁଷ୍ଠାନ ନେଇଛି। ଆପଣ ଅଗଷ୍ଟ ୧୦ ରେକର୍ଡକୁ ଯାଆନ୍ତୁ। ଆମେ ସବୁ ସଦସ୍ୟଙ୍କ ନାଁ ନେଇଛୁ। ଆପଣ ଗୃହକୁ ବିଭ୍ରାନ୍ତ କରୁଛନ୍ତି, ଏଠାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଟେବୁଲ ବାଡ଼େଇ ହଟ୍ଟଗୋଳ କରୁଛନ୍ତି। ସାଂସଦମାନେ ନିଜର ଆଚରଣ ପାଇଁ ଆତ୍ମସମୀକ୍ଷା କରିନାହାନ୍ତି କିମ୍ବା ଦୁଃଖ ପ୍ରକାଶ କରୁନାହାନ୍ତି। ଗତ ମୌସୁମୀ ଅଧିବେଶନରେ ଯାହା ଘଟିଲା, ତାହା ଏବେ ବି ଆମ ସମସ୍ତଙ୍କୁ ବ୍ୟଥିତ କରୁଛି। ନିଲମ୍ବନ ପାଇଁ ଆବେଦନ ଅଗଣତାନ୍ତ୍ରିକ। ଆବେଦନ ଗ୍ରହଣଯୋଗ୍ୟ ନୁହେଁ। ମୁଁ ଏହି ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବି ନାହିଁ।”

 

Breaking News