ରିପୋର୍ଟ କାର୍ଡ / ମୁମ୍ବାଇ
ବିଶୃଙ୍ଖଳା ଏବଂ ଅନ୍ୟାନ୍ୟ ଅନିୟମିତତା କାରଣରୁ ମୁମ୍ବାଇର ପୂର୍ବତନ ପୋଲିସ କମିସନର୍ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ପରମବୀର ସିଂହଙ୍କୁ ଆଜି ନିଲମ୍ବନ କରାଯିବାର ସମ୍ଭାବନା ଥିବା ନେଇ ବିଶେଷସୂତ୍ରରୁ ଜଣାପଡ଼ିଛି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ନିଲମ୍ବନ ଫାଇଲ୍ରେ ସ୍ବାକ୍ଷର କରିସାରିଛନ୍ତି ଏବଂ ଆଜି ନିଲମ୍ବନ ଆଦେଶନାମା ରିଲିଜ୍ କରାଯିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ନିଲମ୍ବନ ଫାଇଲ୍ରେ ସ୍ବାକ୍ଷର କରିସାରିଛନ୍ତି ଏବଂ ଆଜି ନିଲମ୍ବନ ଆଦେଶନାମା ରିଲିଜ୍ କରାଯିବାର ସମ୍ଭାବନା ରହିଛି। ଶାସନଗତ ଖିଲାପ ସଂକ୍ରାନ୍ତରେ ମଧ୍ୟ ମହାରାଷ୍ଟ୍ର ଗୃହ ବିଭାଗ ପରମବୀର ସିଂହଙ୍କ ବିପକ୍ଷରେ ବିଭାଗୀୟ ତଦନ୍ତ କରିଥିଲେ। ବିଶୃଙ୍ଖଳା ଏବଂ ଅନ୍ୟାନ୍ୟ ଅନିୟମିତତା ପାଇଁ ଯଥାଶୀଘ୍ର ପରମବୀର ସିଂହଙ୍କୁ ନିଲମ୍ବନ କରାଯିବ ବୋଲି ପୂର୍ବରୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲ୍ସେ-ପାଟିଲ୍ କହିଥିଲେ। ସେ କହିଥିଲେ, ବିଶୃଙ୍ଖଳା ଏବଂ ଅନ୍ୟାନ୍ୟ ଅନିୟମିତତା କାରଣରୁ ମୁମ୍ବାଇର ପୂର୍ବତନ ପୁଲିସ କମିସନର୍ ପରମବୀର ସିଂହଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନର ପ୍ରକ୍ରିୟା ଚଳାଇଛୁ। ତାଙ୍କ ନିଲମ୍ବନ ପ୍ରକ୍ରିୟା ମଧ୍ୟ ଚାଲିଛି।






More Stories
ଇରାନ ଉପରେ ଆମେରିକାର ଆକ୍ରମଣ……
୧୮ରେ ରାଜ୍ୟସଭା ଉପନିର୍ବାଚନ…..
ପଦ୍ମ ପୁରସ୍କାର:୬୬ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ…..