ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଲେଜ ଛାତ୍ରଛାତ୍ରୀଙ୍କର ହେବ ଏଚଆଇଭି ଟେଷ୍ଟ୍ | ଏନେଇ ବୁଧବାର ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବିପ୍ଳବ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦରକାର ହେଲେ କଲେଜରେ ମଧ୍ୟ ଟେଷ୍ଟ କରିବାକୁ କହିଛନ୍ତି । ଅଗରତାଲାରେ ଏଡସ୍ ମାମଲା ବଢୁଛି । ସଂକ୍ରମିତ ଇଞ୍ଜେକ୍ସନ ଦ୍ୱାରା ଡ୍ରଗ୍ସ ସେବନ ପାଇଁ ଏପରି ହୋଇଥିବାରୁ ସେ ଏପରି ନିର୍ଦ୍ଦେଶ ଦେଇଛନ୍ତି । ନ୍ୟୁଜ ଏଜେନ୍ସି ଏଏନଆଇ ଅନୁସାରେ, ମୁଖ୍ୟମନ୍ତ୍ରୀ ଏଡସ ଦିବସ ଅବସରରେ ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ । ସେ କହିଥିଲେ ଯେ, ରାଜ୍ୟ ଏଡସ ନିୟନ୍ତ୍ରଣ ସୋସାଇଟି ସଙ୍ଗନ ତଥ୍ୟ ଦେଇଛି । ଯାହା ଚିନ୍ତାଜନକ । ରାଜ୍ୟରେ ଏଚଆଇଭି ମାମଲା ଲଗାତର ବଢୁଛି । ଦରକାର ହେଲେ କଲେଜରେ ଏଡସ ପରୀକ୍ଷା ପାଇଁ ସେ କହିଛନ୍ତି | ସେ ଆହୁରି କହିଛନ୍ତି ଯେ, ଅନେକ ମାମଲା ଅଗରତାଲାର ବିଭିନ୍ନ କଲେଜରୁ ଆସୁଛି । ଯାହା ଚିନ୍ତା ବଢାଇ ଦେଇଛି । କଲେଜରେ କିପରି ଡ୍ରଗ୍ସ ପହଁଚୁଛି ତାର ତଦନ୍ତ ହେବ ବୋଲି ସେ କହିଛନ୍ତି । ଆବଶ୍ୟକ ହେଲେ ପୋଲିସ ଏହି ମାମଲାରେ ସହଯୋଗ କରିବ ବୋଲି ସେ କହିଛନ୍ତି | ବଚସାବିପ୍ଳବ ଆହୁରି କହିଛନ୍ତି ଯେ, ଏହି ଲଢେଇରେ ସମସ୍ତଙ୍କ ସହଯୋଗର ଆବଶ୍ୟକ ରହିଛି । ସ୍ଥିତିକୁ ଏଠାରେ ରୋକିବା ଦରକାର । ଆଗାମୀ ଦିନରେ ଅଧିକ ନିଶା ନିବାରଣ କେନ୍ଦ୍ର ସ୍ଥାପନ କରାଯିବାକୁ ଯୋଜନା ଥିବା ସେ କହିଛନ୍ତି ।






More Stories
ମଣିପୁରରେ ସାନି ହିଂସା…..
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..