Report Card Odisha

| Daily Odia News

ନୂଆ କୋଭିଡ ଗାଇଡଲାଇନ ଜାରି…..

ରିପୋର୍ଟ କାର୍ଡ / ଖୋର୍ଦ୍ଧା

ତୃତୀୟ ଲହର ତଥା ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଛି | ଯାହାଦ୍ୱାରା ବିଶ୍ଵର ଅନେକ ଦେଶଗୁଡିକ ଓମିକ୍ରନ ଭାରିଆଣ୍ଟକୁ ରୋକିବା ପାଇଁ ପ୍ରୟାସ କରୁଛନ୍ତି। ଡେଲଟା ଭାରିଆଣ୍ଟ ଠାରୁ ୬ ଗୁଣ ଅଧିକ ଗତିରେ ମାଢ଼ିଚାଲିଛି | ବର୍ତ୍ତମାନ ସୁଦ୍ଧା ବିଶ୍ୱର ୨୩ ଦେଶରେ ଓମିକ୍ରନ ଭାରିଆଣ୍ଟ କାୟାମେଲାଇଛି | ଭାରତରେ ଓମିକ୍ରନ ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛି। ତେଣୁ ରାଜ୍ୟ ସରକାର ଏହାପାଇଁ ତତ୍ପରତା ଦେଖାଇବା ସହ ଜିଲ୍ଲାପାଳମାନଙ୍କୁ ଉଚିତ ପଦକ୍ଷେପ ପାଇଁ କୁହାଯାଇଛି। ତେବେ ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମଧ୍ୟ ଜିଲ୍ଲାବାସୀଙ୍କ ପାଇଁ କରୋନା କଟକଣା ଜାରି କରିଛନ୍ତି। ସେଥିପାଇଁ କରୋନା କଟକଣାକୁ ଜୋରଦାର କରିବା ପାଇଁ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ବ ପରି ମାସ୍କ ଚେକିଂ, ସାମାଜିକ ଦୁରତ୍ଵକୁ ଗୁରୁତ୍ଵ ଦିଆଯାଇଛି। ଏହିସବୁ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କ ଠାରୁ ସ୍ଥାନୀୟ ପ୍ରଶାସନ ଜରିମାନା ଆଦାୟକରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଖୋର୍ଦ୍ଧାର ସହର ଅଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ହୋଇଛି। ରାତି ୧୦ ଟାରୁ ସକାଳ ୫ ଟା ଯାଏଁ ଏହି ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ଖୋର୍ଦ୍ଧା, ଜଟଣୀ, ବାଣପୁର ଏବଂ ବାଲୁଗାଁ ସହରରେ ଦୋକାନ ବଜାର ୧୦ ଟା ପୂର୍ବରୁ ବନ୍ଦ କରାଯିବା ପାଇଁ ଶ୍ରୀ ମହାପାତ୍ର କହିଛନ୍ତି। ଏହାସହିତ ୧୦ ଟା ପରେ ବାହାରେ ନବୁଲିବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଯଦି କୌଣସି ଦୋକାନୀ କିମ୍ବା ଗ୍ରାହକ ଏହି ନିୟମକୁ ଅବମାନନା କରନ୍ତି, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି। ଡିସେମ୍ବର ମାସରେ ଅତ୍ୟଧିକ ଥଣ୍ଡା ପଡୁଥିବାରୁ ବାହାରକୁ ନଯାଇ ଲୋକେ ଘରେ ରହିବା ସହିତ ପ୍ରଶାସନକୁ ସହଯୋଗ କରିବା ଲାଗି ଲୋକମାନଙ୍କୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି।

 

Breaking News