Report Card Odisha

| Daily Odia News

ଭାରତରେ ପହଁଚିଲା ‘ଓମିକ୍ରନ’ ୨ ଆକ୍ରାନ୍ତ ଚିହ୍ନଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣ ନୂଆ ରୂପନେଇ ଲହର ପରେ ଲହର ମାଢି ଆସୁଛି | ବର୍ତ୍ତମାନ ସ୍ଥିତିରେ ବିଶ୍ୱର ୨୯ଦେଶରେ କରୋନା ସଂକ୍ରମଣ ଚିହ୍ନଟ ହୋଇସାରିଲେଣି | ଏହା ଭିତରେ ଆଜି ଭାରତରେ ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆକ୍ରାନ୍ତ ୨ ଜଣ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ହୋଇଥିବା ଜଣାପଡିଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଉଭୟଙ୍କୁ ଆଇସୋଲେଟ କରାଯାଇ ଚିକିତ୍ସା ଜାରି ରଖାଯାଇଛି । ଦୁଇ ଆକ୍ରାନ୍ତଙ୍କ ପାଖରେ ଏବେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି । ଦୁଇ ଜଣଯାକ ଓମିକ୍ରନ ଆକ୍ରାନ୍ତ ପୁରୁଷ ।’ ଏହା ସହିତ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସତର୍କ କରାଇଛି କେନ୍ଦ୍ର । ଓମିକ୍ରନରୁ ବର୍ତ୍ତିବା ପାଇଁ କଟକଣା କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନଗହଳି ସ୍ଥାନକୁ ଆଦୌ ନଯିବାକୁ ସତର୍କ କରିଛନ୍ତି ବିଶେଷଜ୍ଞ । ଏନେଇ ଆଇସିଏମଆର ମହାନିର୍ଦ୍ଦେଶକ ବଳାରାମ ଭାର୍ଗବ ସର୍ତକ କରାଇଛନ୍ତି । ତେବେ ଡେଲଟା ତୁଳନାରେ ଓମିକ୍ରନ ଅତ୍ୟଧିକ ସଂକ୍ରାମକ । ଡେଲଟା ଭୂତାଣୁ ତୁଳନାରେ ଓମିକ୍ରନ ୫ ଗୁଣା ଅଧିକ ସଂକ୍ରାମକ । ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଏହି ଭୂତାଣୁ ମିଳିଥିଲା । ଏପର୍ଯ୍ୟନ୍ତ ୨୯ ଦେଶରେ ୩୭୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

Breaking News