Report Card Odisha

| Daily Odia News

କୋଠାରେ ନିଆଁ ଲାଗି ୨୭ ମୃତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାପାନର ଓସାକା ସହରର ଏକ କୋଠାରେ ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କର ମୃତ୍ୟୁ ହୋଇଛି | ମିଳିଥିବା ସୂଚନା ମୁତାବକ ଓସାକା ବଜାରରେ ଥିବା ଏକ ଆଠ ମହଲା କୋଠାର ଚତୁର୍ଥ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା | ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ୨୮ ଜଣ ଲୋକ ଆହତ ହୋଇଛନ୍ତି | ତେବେ ଏବେ ବି କିଛି ଲୋକ ଫସିରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି | ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଜାପାନର ବାଣିଜ୍ୟିକ ସହର ଭାବେ ପରିଚିତ ଓସାକା ସହରରେ ଥିବା ଏହି କୋଠାରେ ଆଜି ସକାଳୁ ହଠାତ ନିଆଁ ଲାଗିଯାଇଥିଲା | ଦେଖୁ ଦେଖୁ ଏହି ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା | ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ବିଲ୍ଡିଂର ଚତୁର୍ଥ ମହଲାରେ ଏକ କ୍ଲିନିକ ଥିବାବେଳେ ଏଠାରେ ମାନସିକ ରୋଗୀମାନଙ୍କର ଚିକିତ୍ସା ହେଉଥିଲା | ନିଆଁ ଲାଗିଯିବା ଦେଖି କିଛି ରୋଗୀଙ୍କୁ ବାହାରକୁ ଅଣାଯାଇଥିଲା | ଓସାକା ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ନିଆଁ ଲିଭାଇବାକୁ ୭୦ଟି ଦମକଳ ଗାଡି ନିୟୋଜିତ ହୋଇଥିଲା | ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅଗ୍ନିକାଣ୍ଡର କାରଣ ଖୋଜାଯାଉଛି |

 

Breaking News