ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାରା ବିଶ୍ୱରେ କରୋନା ଧିରେ ଧିରେ କାୟା ବଢାଇବାରେ ଲାଗିଛି । ଅନେକ ଦେଶରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ କିଛି କିଛି ସ୍ଥାନରେ ଲକ୍ଡାଉନ୍ ହେବାରେ ଲାଗିଛି । ଏହାର ପ୍ରକୋପ ମିସ୍ ୱାର୍ଲ୍ଡ ୨୦୨୧ରେ ଉପରେ ମଧ୍ୟ ପଡିଛି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନେକ ପ୍ରତିଯୋଗୀ ଏବଂ କର୍ମଚାରୀମାନେ ମଧ୍ୟ ମହାମାରୀ କରୋନା ସଂକ୍ରମଣ ହୋଇଛନ୍ତି । ଯାହା ଫଳରେ ଅଧାରୁ ଅଧିକ ଟେଷ୍ଟ କରିବାରେ ରିପୋର୍ଟ ପଜିଟିଭ୍ ଆସିଛି । ସେଥିମଧ୍ୟରୁ ବଡ କଥା ହେଲା ଭାରତର ମନସା ବାରାଣାସୀ ମଧ୍ୟ ସାମିଲ୍ ଅଛନ୍ତି। ଯାହା ପରେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ମିସ୍ ୱାର୍ଲ୍ଡ ବ୍ୟୁଟି ପିଜେଣ୍ଟ ଅଫିସିଆଲ୍ ସୋସିଆଲ୍ ମିଡିଆ ପେଜ୍ରୁ ସୂଚନା ଦିଆଯାଇଥିଲା ଯେ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଭେଣ୍ଟକୁ ସ୍ଥଗିତ ରଖାଯାଇ ଥିବା ସୂଚନା ମିଳିଛି । ମିସ୍ ୱାର୍ଲ୍ଡର ଗ୍ରାଣ୍ଡ୍ ଫାଇନାଲ୍ ଆଜି ପୁଏର୍ତୋ ରିକୋରେ ହେବାକୁ ଥିଲା । ଏନେଇ ଆୟୋଜକମାନେ ଏହା କହିଛନ୍ତି ଯେ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ୯୦ ଦିନ ମଧ୍ୟରେ ପୁଏର୍ତୋ ରିକୋରେ ଏହି ପ୍ରତିଯୋଗିତା ପୁନଃ ଆରମ୍ଭ ହେବ । ମିସ୍ ୱାର୍ଲ୍ଡ ୨୦୨୧ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡାକ୍ତରୀ ବିଶେଷଜ୍ଞ ଏବଂ ପୁଏର୍ତୋ ରିକୋ ସ୍ୱାସ୍ଥ୍ୟ ବିଭାଗର ଏକ ମିଟିଂ ପରେ ଏହି ନିଷ୍ପତ୍ତି ନିଆଯାଇଛି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..