ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି କ୍ୟାପ୍ଟେନ ଅମରିନ୍ଦର ସିଂହ ବିଜେପି ସହ ମେଣ୍ଟ କରିବେ। ଏନେଇ ଆଜି ଅମରିନ୍ଦର ଆଗାମୀ ନିର୍ବାଚନ ପାଇଁ ବିଜେପି ସହ ମେଣ୍ଟ କରିଥିବା ନେଇ ଘୋଷଣା କରିଛନ୍ତି । ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ପଞ୍ଜାବ ପ୍ରଭାରୀ ଗଜେନ୍ଦ୍ର ଶେଖାବତଙ୍କୁ ଶୁକ୍ରବାର ଅମରିନ୍ଦର ଭେଟିଥିଲେ। ଏହି ସାକ୍ଷାତ ଆଲୋଚନା ପରେ କ୍ୟାପ୍ଟେନ ପଞ୍ଜାବ ଲୋକ କଂଗ୍ରେସ ଓ ବିଜେପି ମଧ୍ୟରେ ମେଣ୍ଟ ଲାଗି ସହମତି ହୋଇଯାଇଥିବା କହିଛନ୍ତି। ଏଥିରେ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଆମେ ୧୦୧ ପ୍ରତିଶତ ନିର୍ବାଚନ ଜିତୁଥିବା ଘୋଷଣା କରିଛନ୍ତି। ତେବେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀଙ୍କୁ ଟାର୍ଗେଟ କରିଛନ୍ତି ଅମରିନ୍ଦର। କହିଛନ୍ତି ନିର୍ବାଚନକୁ ଆଗରେ ଦେଖି ଚନ୍ନୀ ଅନେକ ଘୋଷଣା କରିଦେଇଛନ୍ତି। ହେଲେ ସେ ସବୁ କାର୍ଯ୍ୟରେ ପରିଣତ କରିବା ତାଙ୍କ ପକ୍ଷେ ସମ୍ଭବନ ନୁହେଁ ବୋଲି ଅମରିନ୍ଦର କହିଛନ୍ତି।






More Stories
ଆସିଲା ସୁଭଦ୍ରା ଟଙ୍କା…..
ଶ୍ରୀମନ୍ଦିରକୁ ବୋମା ଧମକ ଦେଇଥିବା ଅଭିଯୁକ୍ତ ଗିରଫ…..
ବିଜେଡିରୁ ଅରବିନ୍ଦ ନିଲମ୍ବନ:ଉତ୍ତର ରଖିଲେ ବାପା…..