Report Card Odisha

| Daily Odia News

ଟ୍ରେନରେ ମହିଳାଙ୍କୁ ମିଳିବ ରିଜର୍ଭ ସିଟ୍……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ରେଳବାଇ ମହିଳାମାନଙ୍କ ପାଇଁ ଆଣିଛନ୍ତି ରିଜର୍ଭ ସିଟ୍ ବ୍ୟବସ୍ଥା | ଏଣିକି ଟ୍ରେନରେ ମହିଳାମାନଙ୍କୁ ସିଟ୍ ପାଇଁ ସମସ୍ୟା ହେବନାହିଁ । ଯେମିତି ବସ ଓ ମେଟ୍ରୋ ଟ୍ରେନରେ ମହିଳାଙ୍କ ପାଇଁ ଅଲଗା ସିଟ୍ ସଂରକ୍ଷିତ ହୋଇ ରହିଥାଏ, ସେହିପରି ଭାରତୀୟ ରେଲୱେର ଅଲଗା ଅଲଗା କୋଚରେ ବି ମହିଳାଙ୍କ ପାଇଁ ସିଟ୍ ସଂରକ୍ଷିତ ହୋଇ ରହିବ । ଭାରତୀୟ ରେଳବାଇ ପକ୍ଷରୁ ଦୂରଗାମୀ ଟ୍ରେନରେ ବି ମହିଳା ଯାତ୍ରୀଙ୍କ ପାଇଁ ବର୍ଥ ରିଜର୍ଭର ବ୍ୟବସ୍ଥା ରହିବ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ‘ଦୂରଗାମୀ ଟ୍ରେନରେ ମହିଳାଙ୍କ ଆରାମଦାୟକ ଯାତ୍ରା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ରିଜର୍ଭ ବର୍ଥ ନିର୍ଦ୍ଧାରିତ କରିବା ସହିତ ଅନେକ ସୁବିଧା ଆରମ୍ଭ ହୋଇଛି ।’ ଏହା ସହ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଦୂରଗାମୀ ମେଲ ଓ ଏକ୍ସପ୍ରେସ୍ ଟ୍ରେନଗୁଡିକରେ ସ୍ଲିପର କ୍ଲାସରେ ୬ଷ୍ଠ ବର୍ଥ ସଂରକ୍ଷିତ ରହିବ । ଗରିବ ରଥ, ରାଜଧାନୀ, ଦୁରନ୍ତେ ସହିତ ସମ୍ପୂର୍ଣ୍ଣ ବାତାନୁକୂଳିତ ଏକ୍ସପ୍ରେସ ଟ୍ରେନଗୁଡିକରେ ଥାର୍ଡ ଏସି କୋଚରେ ୬ଷ୍ଠ ବର୍ଥ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇ ରହିବ ।

Breaking News