ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ପୁଣି ବିଶ୍ୱ ପାଇଁ ସଙ୍କଟ ସୃଷ୍ଟି ହୋଇଛି। ଓମିକ୍ରନ ସମଗ୍ର ପୃଥିବୀରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଏପର୍ଯ୍ୟନ୍ତ ଓମିକ୍ରନ୍ ୭୭ ଦେଶରେ ବ୍ୟାପିଛି ଏବଂ କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଏହା ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମିତ କରୁଛି। ଏହି ସମୟରେ, ସଂକ୍ରମଣ ରୋକିିବା ପାଇଁ ଲକ୍ଡାଉନ୍ ଅପରିହାର୍ଯ୍ୟ ବୋଲି ନେଦରଲାଣ୍ଡର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବିଭିନ୍ନ ଦେଶର ସରକାର ଚିନ୍ତିତ ଅଛନ୍ତି। ଏହି ମର୍ମରେ ନେଦରଲାଣ୍ଡର ସ୍ବାସ୍ଥ୍ୟ ମନ୍ତ୍ରୀ ହ୍ୟୁଗୋ ଡି ଜୋଙ୍ଗ କହିଛନ୍ତି, ମୁଁ ମୋ ପକ୍ଷରୁ କିଛି କହିବି ନାହିଁ କିନ୍ତୁ ସରକାର ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶକୁ ଅନୁସରଣ କରିବେ। ନେଦରଲାଣ୍ଡ ପରି ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଉଥିବା ଦେଶରେ ମଧ୍ୟ ଲକ୍ଡାଉନ୍ କରାଯିବା ଆବଶ୍ୟକ। ଏହା ଦ୍ୱାରା ଅଣାୟତ୍ତ ସ୍ଥିତିକୁ ଦୂରେଇ ରହିହେବ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..